୩୯ଶ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

You are currently viewing ୩୯ଶ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ଅନୁଗୋଳ: ସ୍ଥାନୀୟ ଗାନ୍ଧିମାର୍ଗସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୯ଶ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଛି। ତିନି ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ଉତ୍ସବରେ ବିଦ୍ୟାଳୟର ୨୧୨୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ଜାତୀୟ ସ୍ତରର ଚେସ୍ ଖେଳାଳି ତଥା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଅନୁଭାଗ ଅଧିକାରୀ ଅଭିଷିକ୍ତା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ମାଧ୍ୟମରେ ନିଜ ସହ ଦେଶର ବିକାଶରେ ଯୋଗଦାନ ଦେବାକୁ ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ।

ପ୍ରଧାନାଚାର୍ଯ୍ୟ ଆଲୋକ ଭୋଇ ସ୍ୱାଗତ ଭାଷଣ ଦେଇଥିବାବେଳେ ଡ. ସୁଧାକର ପାଳ, କ୍ଷୀରୋଦ ଚନ୍ଦ୍ର ପ୍ରଧାନ, ପ୍ରକାଶ ଚନ୍ଦ୍ର ସାହୁ, ସନ୍ତୋଷ ଶତପଥି, ବୁଲୁ ବେହେରା ଓ ସଙ୍ଗୀତା ଗଡ଼ନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଘୋଷ, ବ୍ୟାୟାମ, ଯୋଗ ଓ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଧ୍ୱଜା ଅବତରଣ ଓ ବନ୍ଦେ ମାତରମ୍ ଗାନ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

Share

Leave a Reply