୪ର୍ଥ ରାଜ୍ୟସ୍ତରୀୟ ସାଂସ୍କୃତିକ ମହୋତ୍ସବ ‘ପ୍ରତିଭା’ ଉଦ୍‌ଘାଟିତ: ଦୁଇଦିନ ଧରି ଚାଲିବ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା

You are currently viewing ୪ର୍ଥ ରାଜ୍ୟସ୍ତରୀୟ ସାଂସ୍କୃତିକ ମହୋତ୍ସବ ‘ପ୍ରତିଭା’ ଉଦ୍‌ଘାଟିତ: ଦୁଇଦିନ ଧରି ଚାଲିବ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା

ଅନୁଗୋଳ: ସ୍ଥାନୀୟ ଟାଉନ ହଲ୍‌ଠାରେ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ ପକ୍ଷରୁ ୪ର୍ଥ ରାଜ୍ୟସ୍ତରୀୟ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଛି। ବିଶିଷ୍ଟ ଗାୟକ ତଥା ଅନୁଷ୍ଠାନର ମୁଖ୍ୟ ସରୋଜ କାନ୍ତ ସାହୁ, ସମ୍ପାଦକ ସତ୍ୟବାନ ବେହେରା, ଉପସଭାପତି ଅଶ୍ୱିନୀ ଦଳବେହେରା, ନୃତ୍ୟ ସଙ୍ଗୀତ ଭାରତୀର ପୂର୍ବତନ ଅଧ୍ୟକ୍ଷା ପ୍ରମିଳା ଦାସ, ଗୁରୁ ଲିଙ୍କନ ମହାପାତ୍ର ଓ ବରିଷ୍ଠ ସଦସ୍ୟ ସୁଶାନ୍ତ ସାମଲ ପ୍ରମୁଖ ଦୀପ ପ୍ରଜ୍ୱଳନ କରି ମହୋତ୍ସବର ଶୁଭାରମ୍ଭ କରିଥିଲେ।

ଦୁଇଦିନିଆ ଏହି ମହୋତ୍ସବର ପ୍ରଥମ ଦିନରେ କି-ବୋର୍ଡ ବାଦନ ଓ ଏକକ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ଅଞ୍ଚଳର ପ୍ରତିଭାବାନ କଳାକାର ଅଂଶଗ୍ରହଣ କରୁଛନ୍ତି।

Share

Leave a Reply