ନାଲକୋ ଅଞ୍ଚଳରେ ବାଘ ଆତଙ୍କ! ଭାଇରାଲ ଭିଡିଓ ପରେ ସ୍ପଷ୍ଟ କଲା ବନବିଭାଗ, ବାଘ ନୁହେଁ ଜଙ୍ଗଲୀ ବିଲେଇ

You are currently viewing ନାଲକୋ ଅଞ୍ଚଳରେ ବାଘ ଆତଙ୍କ! ଭାଇରାଲ ଭିଡିଓ ପରେ ସ୍ପଷ୍ଟ କଲା ବନବିଭାଗ, ବାଘ ନୁହେଁ ଜଙ୍ଗଲୀ ବିଲେଇ

ଅନୁଗୁଳ: ନାଲକୋ ଅଞ୍ଚଳରେ ବାଘ ବୁଲୁଥିବା ନେଇ ଭାଇରାଲ ହେଲା ଭିଡିଓ। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଗୋପୀନାଥପୁର ଅଞ୍ଚଳରେ ଲୋକେ ହାତରେ ବାଡ଼ି ଓ ଠେଙ୍ଗା ଧରି ଗାଁ ମୁଣ୍ଡରେ ପହରା ଦେଉଥିବା ଦେଖାଯାଇଛି।

ତେବେ ଏହି ଘଟଣାରେ ବନବିଭାଗ ସ୍ପଷ୍ଟୀକରଣ ଦେଇଛି। ଅନୁଗୋଳ ବନାଞ୍ଚଳ ଅଧିକାରୀ ଉଦ୍ଧବ ବେହେରାଙ୍କ ସୂଚନା ଅନୁଯାୟୀ, ଭିଡିଓରେ ଦେଖାଯାଉଥିବା ଜନ୍ତୁଟି ବାଘ ନୁହେଁ, ବରଂ ଏକ ଜଙ୍ଗଲୀ ବିଲେଇ। ଅଞ୍ଚଳରେ ବାଘ ଥିବା ନେଇ କୌଣସି ସୂଚନା ନାହିଁ। ତେଣୁ ଲୋକେ ଗୁଜବରେ ବିଶ୍ୱାସ ନକରିବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ବନବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି।

Share

Leave a Reply