ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡିଓ, ବିଧାନସଭାରେ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ

You are currently viewing ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡିଓ, ବିଧାନସଭାରେ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର: ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ଦୁର୍ନୀତିଗ୍ରସ୍ତ ବିଡିଓ। ରାଜ୍ୟର ୯୧ ଜଣ ବ୍ଲକ ଉନ୍ନୟନ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ରହିଛି ବୋଲି ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।

ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ବିଭାଗୀୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି, ବିଭାଗୀୟ ସ୍କାନରରେ ରାଜ୍ୟର ମୋଟ ୯୧ ବିଡିଓ ରହିଛନ୍ତି । ୯୧ ବିଡିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ଅବସ୍ଥାରେ ଅଛି। ସେମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ, ଯାହାକୁ ବର୍ତ୍ତମାନ ବିଚାରକୁ ନିଆଯାଇଛି। ବିଭିନ୍ନ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଉତ୍ତର ରଖିଛନ୍ତି ମନ୍ତ୍ରୀ ଶ୍ରୀ ନାୟକ।

Share

Leave a Reply