ଅନୁଗୋଳ: ଶାରଦୀୟ ପାର୍ବଣକୁ ଦୃଷ୍ଟିରେ ରଖି ଅନୁଗୋଳସ୍ଥିତ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ‘ନେକଲେସ୍ ଫେଷ୍ଟିଭାଲ’ ଆରମ୍ଭ ହୋଇଛି। ବିଶିଷ୍ଟ ନ୍ୟୁରୋସାଇକିଆଟ୍ରିକ୍ ଡାକ୍ତର ରଶ୍ମିତା ଭଞ୍ଜ ଦେଓ ଏହି ଉତ୍ସବର ଶୁଭାରମ୍ଭ କରିଥିଲେ।
ଅକ୍ଟୋବର ୧୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଫେଷ୍ଟିଭାଲରେ ଗ୍ରାହକମାନେ ସୁନା ସହ ବିଭିନ୍ନ ରତ୍ନ ଓ ଷ୍ଟୋନ୍ ଖଚିତ ଆକର୍ଷଣୀୟ ହାର କିଣିବାର ସୁଯୋଗ ପାଇବେ। ଏଥିରେ ଏରା, ପ୍ରିଶିୟା ଓ ମାଇନ୍ ଭଳି ସ୍ୱତନ୍ତ୍ର କଲେକ୍ସନ୍ ଉପଲବ୍ଧ ରହିଛି।
ଏଥିସହ ସୁନା, ରତ୍ନପଥର ଓ ହୀରା ଅଳଙ୍କାରର ଗଢ଼ା ମଜୁରି ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି। ଏହି ଅଫର ନଭେମ୍ବର ୧୫ ପର୍ଯ୍ୟନ୍ତ ରହିବ।
୧୯୯୩ରେ ପ୍ରତିଷ୍ଠିତ ମାଲାବାର ପାରମ୍ପରିକ ଡିଜାଇନ୍, ଗୁଣବତ୍ତା ଓ ଶୁଦ୍ଧତାକୁ ଗୁରୁତ୍ୱ ଦେଇ ଗ୍ରାହକଙ୍କ ଆସ୍ଥା ଅର୍ଜନ କରିଆସୁଛି।












