ଜନ ଶିକ୍ଷଣ ସଂସ୍ଥାନରେ ସମ୍ବିଧାନ ଦିବସ ପାଳିତ

You are currently viewing ଜନ ଶିକ୍ଷଣ ସଂସ୍ଥାନରେ ସମ୍ବିଧାନ ଦିବସ ପାଳିତ

ଅନୁଗୁଳ: କେନ୍ଦ୍ର ସରକାରଙ୍କ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନସ୍ଥ ଜନ ଶିକ୍ଷଣ ସଂସ୍ଥାନ (ଜେଏସ୍‌ଏସ୍‌) ପକ୍ଷରୁ ସଂସ୍ଥାନର କାର୍ଯ୍ୟାଳୟ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ସଂସ୍ଥାନର ନିର୍ଦ୍ଦେଶକ ସୌରୀ ରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ବାର୍ ଆସୋସିଏସନର ଉପସଭାପତି ପ୍ରଦୀପ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ସମ୍ବିଧାନର ଗୁରୁତ୍ୱ, ଏହାର ମର୍ଯ୍ୟାଦା ଓ ସମୟୋପଯୋଗୀ ପରିବର୍ତ୍ତନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଆଜିର ସମାଜରେ ଛୋଟଛୋଟ କଥାରେ ଆଇନର ଦ୍ୱାହି ଦେଇ ଅନ୍ୟମାନଙ୍କୁ ଦୁର୍ବ୍ୟବହାର କରିବା ଏବଂ ଆଇନର ମର୍ଯ୍ୟାଦା କ୍ଷୁଣ୍ଣ କରିବା ଭଳି ପ୍ରବୃତ୍ତି ବଢ଼ୁଥିବାରୁ ଏହା ଆଗାମୀ ପିଢ଼ିଙ୍କ ମନରେ ସମ୍ବିଧାନ ପ୍ରତି ଥିବା ଭରସା ଓ ବିଶ୍ୱାସକୁ ଦୁର୍ବଳ କରିପାରେ ବୋଲି ସେ ମତ ପ୍ରକାଶ କରିଥିଲେ। ତେଣୁ ପ୍ରତ୍ୟେକ ନାଗରିକ ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଦେବା ସହ ନିଜର ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ୮୦ରୁ ଊର୍ଦ୍ଧ୍ୱ ପ୍ରଶିକ୍ଷାର୍ଥୀ ଯୋଗଦେଇଥିବା ବେଳେ ପ୍ରଶିକ୍ଷଣ ସମାପ୍ତ କରି ସଫଳତା ହାସଲ କରିଥିବା କେତେକ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଜେଏସ୍‌ଏସ୍‌ର ସହକାରୀ କାର୍ଯ୍ୟକାରୀ ଅଧିକାରୀ ଚିତ୍ତରଞ୍ଜନ ସାମଲ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

Share

Leave a Reply