୧୫ ଫୁଟର ବିଶାଳ ଅଜଗର ଉଦ୍ଧାର: ସୁରକ୍ଷିତ ଭାବେ ଜଙ୍ଗଲରେ ଛଡ଼ାଗଲା

You are currently viewing ୧୫ ଫୁଟର ବିଶାଳ ଅଜଗର ଉଦ୍ଧାର: ସୁରକ୍ଷିତ ଭାବେ ଜଙ୍ଗଲରେ ଛଡ଼ାଗଲା

ଅନୁଗୋଳ: ବନ୍ୟଜନ୍ତୁ ସଂରକ୍ଷଣ ଦିଗରେ ଅନୁଗୋଳ ବନଖଣ୍ଡକୁ ମିଳିଛି ଆଉ ଏକ ସଫଳତା। ବନଖଣ୍ଡର ରାପିଡ୍ ରେସପନ୍ସ ଟିମ୍ (RRT) ବନ୍ତଳା ଥାନା ଅଧିନ ଗୁରଙ୍ଗ ଗ୍ରାମର କରଡ଼ାବଣି ସାହିରୁ ୧୫ ଫୁଟ ଲମ୍ବର ଏକ ବିଶାଳ ଅଜଗରକୁ ଉଦ୍ଧାର କରିଛି। ପରେ ସାପଟିକୁ ସୁରକ୍ଷିତ ଭାବେ ତାହାର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି।

ଜୈବ ବିବିଧତାର ସୁରକ୍ଷା ସହ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସହାବସ୍ଥାନ ବଜାୟ ରଖିବାକୁ ଅନୁଗୋଳ ବନଖଣ୍ଡ ପକ୍ଷରୁ ଏଭଳି ପ୍ରୟାସ ଜାରି ରହିଛି।

Share

Leave a Reply