ପଞ୍ଚମହଲାରେ ମା’ ମଙ୍ଗଳା କଳସୀଙ୍କ ବାର୍ଷିକ ଯାତ୍ରା, ବାଦଦଣ୍ଡ ପ୍ରତିଯୋଗିତା ଉଦ୍‌ଘାଟନ କଲେ ବିଧାୟକ ପ୍ରତାପ ପ୍ରଧାନ

You are currently viewing ପଞ୍ଚମହଲାରେ ମା’ ମଙ୍ଗଳା କଳସୀଙ୍କ ବାର୍ଷିକ ଯାତ୍ରା, ବାଦଦଣ୍ଡ ପ୍ରତିଯୋଗିତା ଉଦ୍‌ଘାଟନ କଲେ ବିଧାୟକ ପ୍ରତାପ ପ୍ରଧାନ

ଅନୁଗୋଳ: ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆମଉଜା ଗ୍ରାମ ପଞ୍ଚାୟତର ପଞ୍ଚମହଲା ଠାରେ ମା’ ମଙ୍ଗଳା କଳସୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ମା’ଙ୍କ ଆଶୀର୍ବାଦ କାମନା କରିବା ସହ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ।

ଏହି ଅବସରରେ ଆୟୋଜିତ ବାଦଦଣ୍ଡ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଗ୍ରାମବାସୀ ଓ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ନୂଆମଉଜା ସରପଞ୍ଚ ବିକାଶ ପ୍ରଧାନ, ବିଜେପି ନେତା ଶେଷଦେବ ସାହୁ, ଚନ୍ଦ୍ରକାନ୍ତ ଧଳ, ବିଜେପି ନେତ୍ରୀ ରିଙ୍କି ପ୍ରଧାନଙ୍କ ସମେତ ଦଳୀୟ କର୍ମକର୍ତ୍ତା ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Share

Leave a Reply