ଆଇକେବି କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ଏବି ବ୍ରଦର୍ସ ଚାମ୍ପିଅନ୍

You are currently viewing ଆଇକେବି କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ଏବି ବ୍ରଦର୍ସ ଚାମ୍ପିଅନ୍

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ଈଶ୍ୱରନଗର ପଞ୍ଚାୟତ ଅନ୍ତର୍ଗତ ବାସୀପୁର ଗ୍ରାମର ଆଇକେବି ଖେଳପଡ଼ିଆରେ ତିନିଦିନିଆ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଛି। ଏଥିରେ ୧୬ଟି ଦଳ ଭାଗ ନେଇଥିଲେ।

ଫାଇନାଲ୍‌ରେ ଏବି ବ୍ରଦର୍ସ ୧-୦ ଗୋଲ୍‌ରେ ବିବିସି କେରଜେଙ୍ଗା କ୍ଲବ୍‌କୁ ପରାସ୍ତ କରି ଚାମ୍ପିଅନ୍ ହୋଇଛି। ବିଜେତା ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କା ଏବଂ ଉପବିଜେତା ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା।

ଉଦ୍‌ଯାପନୀ ଉତ୍ସବରେ ଅକ୍ଷୟ ବଦ୍ରା, ମାଳନ୍ଦା ଶୁଣ୍ଢୀ, ରଘୁନାଥ ପୂର୍ତ୍ତ, ହରିଶ ଚନ୍ଦ୍ର ଲାଗୁରି, ବିର୍ସ ସିଧୁ, ଖଗେଶ୍ୱର ମହାନ୍ତ ଓ ମୁଣ୍ଡେ ମାନକି ମହାସଂଘ ପାଳଲହଡ଼ାର ସଭାପତି ମନୋଜ ଦାଙ୍ଗିଲ ଅତିଥି ଭାବେ ଯୋଗଦେଇ ଉଭୟ ଦଳକୁ ପୁରସ୍କୃତ କରିଥିଲେ।

ବିବିସି କ୍ଲବ୍‌ର ସଭାପତି ସୁଶାନ୍ତ ଜାମୁଦାଙ୍କ ସମେତ ଗୋବିନ୍ଦ ବାରିଜ, ଖଗେଶ୍ୱର ଲାଗୁରି, ଅଜୟ ପୂର୍ତ୍ତି, ଅନିଲ ପୂର୍ତ୍ତି, ରାଜେନ ସମରଇ, ଭୀମ ସୀଙ୍କୁ, ମଜ୍ର ବାରିଜ ଓ ଅନ୍ୟ ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।

Share

Leave a Reply