ବଡ଼କେରାରେ +୩ କଲେଜ ପାଇଁ ବାଟ ଫିଟିଲା! ବିଧାନସଭାରେ ଉଠିଲା ପ୍ରସଙ୍ଗ, ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ କମିଟି ସଦସ୍ୟ

You are currently viewing ବଡ଼କେରାରେ +୩ କଲେଜ ପାଇଁ ବାଟ ଫିଟିଲା! ବିଧାନସଭାରେ ଉଠିଲା ପ୍ରସଙ୍ଗ, ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ କମିଟି ସଦସ୍ୟ

ଅନୁଗୋଳ: ବଡ଼କେରାଠାରେ ନୂତନ +୩ କଲେଜ ଖୋଲିବା ପ୍ରସ୍ତାବ ସରକାରଙ୍କ ସକ୍ରିୟ ବିଚାରାଧୀନ ରହିଛି। ବିଧାନସଭାରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି।

ବଡ଼କେରା ସମେତ ପାର୍ଶ୍ୱବର୍ତ୍ତୀ ୨୨ଟି ପଞ୍ଚାୟତର ପ୍ରାୟ ୨ ଲକ୍ଷ ଲୋକଙ୍କ ଦୀର୍ଘଦିନର ଦାବିକୁ ବିଧାୟକ ବିଧାନସଭାରେ ଉଠାଇଥିଲେ। ସରକାରଙ୍କ ଏହି ସକାରାତ୍ମକ ସୂଚନା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଏହି ଅବସରରେ ଶ୍ରୀ ଶ୍ରୀ ଜଗନ୍ନାଥ +୩ ଡିଗ୍ରୀ କଲେଜ ପରିଚାଳନା କମିଟିର ସଦସ୍ୟମାନେ ଅନୁଗୋଳ ସର୍କିଟ ହାଉସ୍‌ରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଭେଟି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇବା ସହ ଧନ୍ୟବାଦ ଦେଇଥିଲେ।

ଏହି ସାକ୍ଷାତ ବେଳେ କମିଟିର ମୁଖ୍ୟ ଉପଦେଷ୍ଟା ଉଦୟନାଥ ପଟ୍ଟନାୟକ, ସଭାପତି ନାରାୟଣ ଚୌଧୁରୀ, ସମ୍ପାଦକ ଅଚ୍ୟୁତାନନ୍ଦ ମିଶ୍ର, ସହସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ ବଡ଼କେରା ଓ ତୁବେ ପଞ୍ଚାୟତର ସରପଞ୍ଚ ଏବଂ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Share

Leave a Reply