ଉଷୁ ଚାମ୍ପିୟନସିପ: ଓଡିଶା ଦଳରେ ଅନୁଗୁଳ ଜିଲ୍ଲାର ଭବ୍ୟା ସାହୁ

You are currently viewing ଉଷୁ ଚାମ୍ପିୟନସିପ: ଓଡିଶା ଦଳରେ ଅନୁଗୁଳ ଜିଲ୍ଲାର ଭବ୍ୟା ସାହୁ

ଅନୁଗୁଳ: ପଞ୍ଜାବର ତାରତରଣ ଠାରେ ଜାତୀୟ ସର୍ବକନିଷ୍ଠ ଉଷୁ ଚାମ୍ପିୟନସିପ ଡିସେମ୍ବର ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଉଷୁ ଆସୋସିଏସନ ଓଡିଶା ପକ୍ଷରୁ ଏକ ଦଳ ଗ୍ରସ୍ତ କରିଛନ୍ତି। ଦଳରେ ୪୨ ଜଣ ଖେଳାଳୀ ଏବଂ ୪ ଜଣ ଅଫିସିଆଲ ରହିଛନ୍ତି।

ଏହି ଦଳରେ ଅନୁଗୁଳ ଜିଲ୍ଲାର ଏକମାତ୍ର କ୍ରୀଡାବିତ ଜିତେନ୍ଦ୍ର ସାହୁଙ୍କ କନ୍ୟା ଭବ୍ୟା ସାହୁ ୧୪ ବର୍ଷରୁ କମ ୪୮ କେଜି ବର୍ଗରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଅନୁଗୁଳ ଜିଲ୍ଲା ଉଷୁ ଆସୋସିଏସନ ସଂଘ କାମକର୍ତ୍ତା,ବରିଷ୍ଠ କ୍ରୀଡାବିତ ମାନେ ଭବ୍ୟା ସାହୁକୁ ସମ୍ବର୍ଦ୍ଧନା ଜ୍ଞାପନ ଜଣାଇବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ବୋଲି କୋଚ ଚିତ୍ତରଞ୍ଜନ ମହାନ୍ତି ଜଣାଇଛନ୍ତି।

Leave a Reply