୬୬ତମ ଦୁର୍ଗାମାଧବ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

You are currently viewing ୬୬ତମ ଦୁର୍ଗାମାଧବ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଳକ୍ ତଳମୂଳ ହାଇସ୍କୁଲ ପଡ଼ିଆରେ ୬୬ତମ ଦୁର୍ଗାମାଧବ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସମ୍ପାଦକ ବିପ୍ଳବ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍ ଅଭିରାମ ପଟ୍ଟନାୟକ, ତଳମୂଳ ଶାସନ ସରପଞ୍ଚ ଶିବାନୀ ଶତପଥୀ ଓ ସୋନାଲି ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଦିବସରେ ତଳମୂଳ ଓ ଆଠମଲ୍ଲିକ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଅଞ୍ଚଳରେ କ୍ରୀଡ଼ାର ବିକାଶ ଓ ଯୁବପିଢ଼ିଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ବୃଦ୍ଧି ଦିଗରେ ଏଭଳି ଟୁର୍ଣ୍ଣାମେଣ୍ଟର ଗୁରୁତ୍ୱ ରହିଛି। ତରୁଣ କ୍ଲବର ସଭାପତି ପ୍ରଦୀପ ପଟ୍ଟନାୟକ ଓ ସମ୍ପାଦକ ସୁନୀଲ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply