ସର୍ବ ଭାରତୀୟ ପବିତ୍ର ନଗର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ମ୍ୟାଚ୍

You are currently viewing ସର୍ବ ଭାରତୀୟ ପବିତ୍ର ନଗର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ମ୍ୟାଚ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ପବିତ୍ରନଗର ଷ୍ଟାଡିୟମ ପଡିଆରେ ସର୍ବ ଭାରତୀୟ ପବିତ୍ର ନଗର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନଅ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ମିଶ୍ର, ପରାବିଲ ଗ୍ରାମ୍ୟ କମିଟି ସଭାପତି ରଘୁନାଥ ପ୍ରଧାନ, ଡାକ୍ତର ଆର. ଏସ. ଶୁଭ୍ରଜିତ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

ଆଜି ପ୍ରଥମ ମ୍ୟାଚ ତାଳଚେର ୟୁଥ ସ୍ପଟିଙ୍ଗ ଓ ପବିତ୍ରନଗର ମଧ୍ୟରେ ଖେଳ ଯାଇଥିଲା। ପବିତ୍ର ନଗର ଟସ ଜିତି ବୋଲିଂ କରିଥିଲା। ତାଳଚେର ୟୁଥ ସ୍ପଟିଙ୍ଗ ୨୦ ଓଭରରେ ୮ ୱିକେଟ ହରାଇ ୧୭୦ ରନ କରିଥିବା ବେଳେ ପବିତ୍ର ନଗର ୨୦ ଓଭରରେ ୧୪୫ ରନ କରି ତାଳଚେର ୟୁଥ ସ୍ପଟିଙ୍ଗ ଠାରୁ ହାରିଥିଲା। କ୍ଷୀରୋଦ ମହାନ୍ତି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ବିଜୟୀ ଦଳକୁ ଅତିଥିମାନେ ସମ୍ମାନିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କ୍ଳବ ସଭାପତି ଅଜୟ ପ୍ରଧାନ, ଅଧ୍ୟକ୍ଷ ସୁମନ ପ୍ରଧାନ, ଶିଶୁପାଳ ପ୍ରଧାନ, ରୁଦ୍ରନାରାୟଣ ପ୍ରଧାନ, ସିପୁନ ସାହୁ, ବିକୁନ ସାହୁ ଓ ଚିନ୍ମୟ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଏହି ସର୍ବଭାରତୀୟ କ୍ରିକେଟ ମ୍ୟାଚ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ, ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଖେଳାଳି ଏଠାରେ ଯୋଗ ଦେବେ ବୋଲି ଜଣାଯାଇଛି।

Share

Leave a Reply