ଅନୁଗୁଳ: ଅନୁଗୁଳ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସରେ ଦୁଇଟି ମ୍ୟାଚ ଖେଳାଯଇଥିଲା। ପ୍ରଥମ ମ୍ୟାଚ କଟକର ୟୁନିଅନ ସ୍ପୋର୍ଟିଂ ଓ।ଜାମସେଦପୁର ମଧ୍ୟରେ ହୋଇଥିଲା। ୟୁନିଅନ ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୧୩ ରନ୍ କରିଥିଲେ। ଏହାର ଜବାବରେ ଜାମସେଦପୁର ଏକାଦଶ ୧୭.୫ ଓଭରରେ ୧୩୧ ରନ କରିପାରିଥିଲେ। ୟୁନିଅନ ସ୍ପୋର୍ଟିଂର ନଉତମ ଭଞ୍ଜ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଜୟକୃଷ୍ଣ ରାଉତ ଓ ତାପସ ମହାନ୍ତି ଖେଳ ପରିଚାଳନା କରିଥିଲେ।
ଦ୍ଵିତୀୟ ମ୍ୟାଚ ଅନୁଗୁଳ କ୍ରିକେଟ କ୍ଲବ ଓ କୋଲକାତା ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରେଲୱେ ଦଳ ୧୩ ଓଭର ଖେଳି ମାତ୍ର ୩୬ ରନକରି ଅଲଆଉଟ ହୋଇଯାଇଥିଲେ। ଅନୁଗୁଳ ୭ ଓଭରରେ କୌଣସି ଉଇକେଟ ନ ହରାଇ ନିର୍ଦ୍ଧାରିତ ରନ କରିନେଇଥିଲେ। ଅନୁଗୁଳର ସୁମିତ ମହାରଣା ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ ହୋଇ ଥିଲେ। ସାଗର ମିଶ୍ର,ଗଙ୍ଗାଧର ପଟନାୟକ,ବିରେନ ସାମଲ,ରଞ୍ଜନ ଧୀର ସାମନ୍ତ,ସମରେନ୍ଦ୍ର ମିଶ୍ର ,ସୂର୍ଯ୍ୟକାନ୍ତ ସ୍ୱାଇଁ, ଶିବ ରାଉତ,ଦିଲୀପ ଧୀର ସାମନ୍ତ ପ୍ରମୁଖ ଖେଳ ପରିଚାଳନାରେ ସହାୟତା କରିଥିଲେ।











