ଜିଲ୍ଲାସ୍ତରୀୟ କରାଟେ ପ୍ରତିଯୋଗିତା ୨୦୨୪ ଉଦଯାପିତ

You are currently viewing ଜିଲ୍ଲାସ୍ତରୀୟ କରାଟେ ପ୍ରତିଯୋଗିତା ୨୦୨୪ ଉଦଯାପିତ

ଅନୁଗୁଳ: ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଅଡିଟରୀୟମରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କରାଟେ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି। ଉତ୍କଳ କ୍ୟୁକୋସିନ କରାଟେ ଓ ଯୋଗ ସଂଗଠନ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାର ଉଦଯାପନୀ ସନ୍ଧ୍ୟାରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସାଂପ୍ରତିକ ସମୟରେ ସାମରିକକଳାର ବିଶେଷ ଉପଯୋଗୀତା ରହିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ରୂପେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା
ଅନୁଗୁଳ ଜିଲ୍ଲାରେ ଖୁବ୍ ଶୀଘ୍ର ଏକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ରୂପେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଅନୁଗୁଳର ପ୍ରିନ୍ସିପାଲ ସିଦ୍ଧନାଥ ସାହୁ ଏବଂ କରାଟେ ସଂଗଠନ ର ଉପଦେଷ୍ଟା ସୌଭାଗ୍ୟ କୁମାର ନାୟକ ଯୋଗ ଦେଇଥିଲେ। ସମାରୋହରେ ବିଭିନ୍ନ ବର୍ଗର ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ସମାରୋହରେ କରାଟେକାଙ୍କ ପଞ୍ଚରେ ଇଟା,ଆଜବେଷ୍ଟସ ପ୍ଲେଟକୁ କିଭଳି ଭଙ୍ଗା ଯାଇ ପାରୁଛି ତାହା ପ୍ରଦର୍ଶିତ ହୋଇଥିଲା।

ସୁସ୍ମିତା ଗଡ଼ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ସଂଗଠନର ସଭାପତି ସୁରଞ୍ଜନ୍ ରାଜକୁମାର,ଉପସଭାପତି ବିଶ୍ବରଂଜନ ପଟନାୟକ,ସମ୍ପାଦକ ବବିନ ଚନ୍ଦ୍ର ଗଡ଼ନାୟକ,ଯୁଗ୍ମ ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ,ଗଜେନ୍ଦ୍ର ଦାସ,ସଂଯୋଜକ ପ୍ରଦ୍ୟୁମ୍ନ ରାଉତ,ମନୋଜ ଆଦିତ୍ୟ ଦାସ,ଚନ୍ଦ୍ରଶେଖର କର ,କୋଷାଧ୍ୟକ୍ଷ ସୌମ୍ୟ ରଂଜନ ବେଉରା ପ୍ରମୁଖ ଉପସ୍ଥିତ ଥିଲେ।ସଂଗଠନ ର ମୁଖ୍ୟ ପ୍ରଶିକ୍ଷକ ବାସୁଦେବ ସାହୁଙ୍କ ତତ୍ତ୍ୱବଧାନରେ ତଥା ମୁଖ୍ୟ ବିଚାରକ ମିହିର ବାଗଙ୍କ ପରିଚାଳନାରେ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Share

Leave a Reply