ମା’ ଦୁର୍ଗାଙ୍କ ଦର୍ଶନ କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ: କହିଲେ- ଶକ୍ତି, ଭକ୍ତି ଓ ବିଶ୍ୱାସର ପ୍ରତୀକ ମା’ ଦୁର୍ଗା

You are currently viewing ମା’ ଦୁର୍ଗାଙ୍କ ଦର୍ଶନ କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ: କହିଲେ- ଶକ୍ତି, ଭକ୍ତି ଓ ବିଶ୍ୱାସର ପ୍ରତୀକ ମା’ ଦୁର୍ଗା

ଅନୁଗୋଳ: ପବିତ୍ର ମହାଷ୍ଟମୀ ଅବସରରେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ଓ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ମା’ ଦୁର୍ଗାଙ୍କ ଦର୍ଶନ କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ ମା’ଙ୍କ ପୂଜାର୍ଚ୍ଚନା କରିବା ସହ ସମଗ୍ର ବିଶ୍ୱର ମଙ୍ଗଳ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ।
ଶ୍ରୀ ପ୍ରଧାନ ପ୍ରଥମେ ଢେଙ୍କାନାଳ ଜିଲ୍ଲା ଆମ୍ବିଠିସ୍ଥିତ ପ୍ରସିଦ୍ଧ ମା’ ବନଦୁର୍ଗା ମନ୍ଦିରରେ ପହଞ୍ଚି ମା’ଙ୍କ ଦର୍ଶନ କରିଥିଲେ। ଭକ୍ତିମୟ ପରିବେଶରେ ପୂଜାର୍ଚ୍ଚନା କରି ସେ ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ମା’ ଦୁର୍ଗା ହେଉଛନ୍ତି ଅଧର୍ମ ଉପରେ ଧର୍ମ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ। ସେ ଶକ୍ତି, କରୁଣା, ଆସ୍ଥା ଓ ବିଶ୍ୱାସର ଅନନ୍ତ ଉତ୍ସ। ମା’ଙ୍କ କୃପାରୁ ମାନବ ସମାଜରେ ଉଦାରତା, ସଦ୍ଭାବ ଓ ପାରସ୍ପରିକ ସହଯୋଗର ଭାବନା ସୁଦୃଢ଼ ହୋଇଥାଏ।

ଏହାପରେ ସାଂସଦ ଶ୍ରୀ ପ୍ରଧାନ ଅନୁଗୋଳ ଜିଲ୍ଲାର ଜରପଡ଼ା, ବଇଣ୍ଡା, ଆଠମଲ୍ଲିକର ଡେବରାପାଲି ଓ ବାମୁର ଅଞ୍ଚଳର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ମା’ଙ୍କ ଦର୍ଶନ କରିଥିଲେ। ପୂଜା ମଣ୍ଡପଗୁଡ଼ିକରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ମଧ୍ୟରେ ସେ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ମା’ ଦୁର୍ଗାଙ୍କ ଆଶୀର୍ବାଦ ସମାଜରେ ଶାନ୍ତି, ସଦ୍ଭାବ ଓ ସମରସତାର ଭାବନାକୁ ଅଧିକ ମଜଭୁତ କରିବା ସହ ସକାରାତ୍ମକ ଚିନ୍ତାଧାରାର ପ୍ରସାର କରୁ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏଥିସହ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Share

Leave a Reply