ଦିବାଲୋକରେ କଳାକନା ବୁଲାଇଲେ

0

ଅନୁଗୁଳ: ତାଳଚେର ରେମୁଆଁ ଅଞ୍ଚଳରେ ଭଡ଼ାରେ ରହୁଥିବା ତୁଷାରକାନ୍ତି ସେନାପତିଙ୍କ ଘରେ ଗୁରୁବାର କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଘରେ କେହି ନଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ସୁନା ଗହଣା ସହ ନଗଦ ଟଙ୍କା ନେଇଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ତୁଷାରକାନ୍ତ ସପରିବାର ଅନୁଗୁଳ ଆସିଥିଲେ ଟିକା ନେବାକୁ । ସେ ଅପରାହ୍ନରେ ଘରକୁ ଫେରିଲା ବେଳକୁ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘର ଭିତରକୁ ଯାଇ ଦେଖନ୍ତି ତ ବାକ୍ସରେ ଥିବା ଦୁଇହଳ ସୁନା କାନଫୁଲ ଓ ନଗଦ ୪ ହଜାର ଟଙ୍କା ନାହିଁ । ଏ ସମ୍ପର୍କରେ ତୁରନ୍ତ ସେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି । ଦୁର୍ବୃତ୍ତମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.

error: Content is protected !!