ଅନୁଗୁଳ: ବିଭିନ୍ନ ଦାବି ନେଇ କାର୍ଯ୍ୟରତ ଫାର୍ମାସିଷ୍ଟ୍ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏକ ସପ୍ତାହ ହେଲା ଫାର୍ମାସିଷ୍ଟମାନେ କଳାବ୍ୟାଜ ପିନ୍ଧି ଦାୟିତ୍ଵ ନିର୍ବାହ କରୁଛନ୍ତି। ଅନୁଗୁଳ ମୁଖ୍ୟ ଚିକିତ୍ସାଳୟର ଅଧୀନରେ ଥିବା ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟମାନେ ଏଥିରେ ସାମିଲ ହୋଇଛନ୍ତି । କ୍ୟାଡର ପୁନର୍ଗଠନ, ପଦୋନ୍ନତି, ଏନ୍ଏଚ୍ଏମ୍ ଅଧୀନରେ ଏମ୍ଏଚ୍ ଓ ଆର୍ବିଏସକେରେ କାର୍ଯ୍ୟରତ ଫର୍ମାସିଷ୍ଟ ମାନଙ୍କର ଚାକିରୀ ନିୟମିତ କରିବା ଦାବିରେ ଆନ୍ଦୋଳନ ଚାଲିଛି। ଅନୁଗୁଳ ଜିଲ୍ଲା ଶାଖାର ସାଧାରଣ ସମ୍ପାଦକ ସଂଜୟ କୁମାର ପ୍ରଧାନଙ୍କ ନେତୃତ୍ବରେ ଏହି ଆନ୍ଦୋଳନରେ ଉପସଭାପତି ହରିଶ ପାଲ, ଅଜିତ ସାହୁ, କଳ୍ପନା ଦେହୁ ରୀ, ଛବିନ୍ଦ୍ର କୁମାର ସାମଲ, ଜନ୍ମେଜୟ ପଟ୍ଟନାୟକ, ସତ୍ୟଜିତ ଦେହୁରୀ, ରାଜେନ୍ଦ୍ର ସାହୁ, ଅକ୍ଷୟ ବିଶ୍ଵାଳ, ସୁଜିତ ଗଡ଼ନାୟକ, ବିଷ୍ଣୁଚରଣ ସାହୁ, ପ୍ରଭାତ ଦାସ, ନରେଶ ମିଶ୍ର, ଏମ୍ଡ଼ି ଅସଲାମ, ବାସନ୍ତି ଦେହୁରୀ ପ୍ରମୁଖ ସାମିଲ୍ ହୋଇଛନ୍ତି । ରାଜ୍ୟ ସରକାର ଦାବି ନମାନିଲେ ଆସନ୍ତା ୨୦ତାରିଖ ଠାରୁ କେବଳ ଔଷଧ ବିତରଣ କରିବା ଛଡ଼ା ଅନ୍ୟ କୌଣସି କାମରେ ସହଯୋଗ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।
୩ ଦଫା ଦାବିରେ ଫାର୍ମାସିଷ୍ଟଙ୍କ ଆନ୍ଦୋଳନ
- Post published:June 18, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
