ଟାଟା ଷ୍ଟିଲ ଶ୍ରମିକ ସଭାର ଆନ୍ଦୋଳନକୁ ଏଚ୍‌ଏମ୍‌ଏସ୍‌ର ସମର୍ଥନ

You are currently viewing ଟାଟା ଷ୍ଟିଲ ଶ୍ରମିକ ସଭାର ଆନ୍ଦୋଳନକୁ ଏଚ୍‌ଏମ୍‌ଏସ୍‌ର ସମର୍ଥନ

ଅନୁଗୋଳ: ଟାଟା ଷ୍ଟିଲ ଶ୍ରମିକ ସଭା ପକ୍ଷରୁ ମେରାମୁଣ୍ଡଳୀ ଟାଟା ଷ୍ଟିଲ କମ୍ପାନି ମୁଖ୍ୟ ଗେଟ୍‌ରେ ଚାଲିଥିବା ଅନିର୍ଦ୍ଦିଷ୍ଟ କାଳ ଅନଶନ ଆନ୍ଦୋଳନକୁ ହିନ୍ଦ ମଜଦୂର ସଭା (ଏଚ୍‌ଏମ୍‌ଏସ୍) ସମର୍ଥନ ଜଣାଇଛି। ଏଚ୍‌ଏମ୍‌ଏସ୍‌ର ରାଜ୍ୟ ପରିଷଦ ସଭାପତି ବିଜୟ କୁମାର ମହାନ୍ତି ଏକ ବିବୃତ୍ତିରେ ଏହା ଜଣାଇଛନ୍ତି। ଟେକ୍ନୋଲୋଜି ସର୍ଭିସରେ ଥିବା ଶ୍ରମିକ ଓ ସହାୟକ ଶ୍ରମିକମାନଙ୍କ ମଜୁରୀ ସଂଶୋଧନ ଏବଂ ବର୍ତ୍ତମାନର ବାର୍ଷିକ ଇନକ୍ରିମେଣ୍ଟ ନୀତି ଉଚ୍ଛେଦ ସମେତ ୨ ଦଫା ଦାବି ନେଇ ଶ୍ରମିକ ସଭା ବିଭିନ୍ନ ସମୟରେ କମ୍ପାନି କର୍ତ୍ତୃପକ୍ଷ ଓ ଶ୍ରମ ବିଭାଗ ସହ ଆଲୋଚନା କରିଥିଲେ ମଧ୍ୟ ଦାବି ପୂରଣ ହୋଇନାହିଁ।

ନିୟମ ମୁତାବକ ଯଥେଷ୍ଟ ସମୟ ଦେବା ପରେ ବାଧ୍ୟ ହୋଇ ୟୁନିଅନ୍ ଆନ୍ଦୋଳନ ଜାରି ରଖିଛି। ତିନି ଦିନ ବିତିଯାଇଥିଲେ ମଧ୍ୟ କମ୍ପାନି କର୍ତ୍ତୃପକ୍ଷ ଦାବି ପୂରଣରେ ବିଳମ୍ବ କରୁଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। କମ୍ପାନି ଶୀଘ୍ର ଦାବି ପୂରଣ ପାଇଁ ପଦକ୍ଷେପ ନେବା ସହ ଶ୍ରମ ବିଭାଗ ଓ ପ୍ରଶାସନ ସହାୟକ ହୋଇ ସମସ୍ୟାର ସମାଧାନ କରିବାକୁ ସେ ଦାବି କରିଛନ୍ତି।

Share

Leave a Reply