ଅନୁଗୋଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ଜନସେବା ଓ ‘ସେବା ସଙ୍କଳ୍ପ ଅଭିଯାନ’ ଅବସରରେ ଅନୁଗୋଳ ତୁରଙ୍ଗ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅଙ୍ଗନୱାଡି, ଆଶା କର୍ମୀ ଓ ହିତାଧିକାରୀଙ୍କ ସହ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି।
ସରକାରୀ ଯୋଜନା ସହ ସମାଜର ସହଯୋଗ ମିଶିଲେ ହିଁ ଶିଶୁମାନଙ୍କ ସଠିକ୍ ପୋଷଣ, ଉତ୍ତମ ଯତ୍ନ ଓ ଉଜ୍ଜ୍ୱଳ ଭବିଷ୍ୟତ ନିଶ୍ଚିତ ହେବ ବୋଲି ସେ କହିଛନ୍ତି। ପ୍ରତ୍ୟେକ ଶିଶୁଙ୍କୁ ମୁଖ୍ୟଧାରାରେ ସାମିଲ କରିବା ସମସ୍ତଙ୍କ ନୈତିକ କର୍ତ୍ତବ୍ୟ ଏବଂ ଆଗାମୀ ପିଢ଼ି ହିଁ ୨୦୩୬ ‘ବିକଶିତ ଓଡ଼ିଶା’ ଓ ୨୦୪୭ ‘ବିକଶିତ ଭାରତ’ର ମୂଳଦୁଆ ବୋଲି ସେ ମତ ଦେଇଛନ୍ତି। ଶିଶୁଙ୍କ ସୁସ୍ଥ ଜୀବନ, ସ୍ୱଚ୍ଛ ପରିବେଶ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଏହି ସଙ୍କଳ୍ପକୁ ଜନଆନ୍ଦୋଳନରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଛନ୍ତି।












