ଅନୁଗୋଳ: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ଦ୍ୱାରା ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ ବରିଷ୍ଠ ବିଜେପି ନେତା ତଥା ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ଅନାବଶ୍ୟକ ବୋଲି କହିଛନ୍ତି। ନିଜର ଭୁଲ୍ ତ୍ରୁଟି କାରଣରୁ ଦୀର୍ଘ ଦିନ ଧରି କ୍ଷମତା ବାହାରେ ଥିବାରୁ କଂଗ୍ରେସ ହତାଶା ଓ ନିରାଶାର ବଶବର୍ତ୍ତୀ ହୋଇ ହିଂସାର ଆଶ୍ରୟ ନେଇପାରେ ବୋଲି ସାଂସଦ ସଚେତନ କରାଇଛନ୍ତି। ସମ୍ଭାବ୍ୟ ହିଂସାର ମୁକାବିଲା ପାଇଁ ସରକାର, ପ୍ରଶାସନ ଓ ଜନସାଧାରଣଙ୍କୁ ପ୍ରସ୍ତୁତ ରହିବାକୁ ସେ ସତର୍କ କରାଇଛନ୍ତି।
ଏହି ପରିପ୍ରେକ୍ଷୀରେ ସାଂସଦ ଶ୍ରୀ ପାଣି ଅନୁଗୋଳ ଏସପି ରାହୁଲ ଜୈନ ଏବଂ ଢେଙ୍କାନାଳ ଏସପି ବାବୁରାଓ ମାନେଙ୍କୁ ଫୋନ୍ ଯୋଗେ ସମ୍ଭାବ୍ୟ ହିଂସା ସମ୍ପର୍କରେ ସଚେତନ କରାଇଛନ୍ତି।












