ବନ କର୍ମଚାରୀଙ୍କୁ ଅସ୍ତ୍ରଶସ୍ତ୍ର ରକ୍ଷଣା ବେକ୍ଷଣ ଓ ସୁରକ୍ଷା ପ୍ରଶିକ୍ଷଣ

You are currently viewing ବନ କର୍ମଚାରୀଙ୍କୁ ଅସ୍ତ୍ରଶସ୍ତ୍ର ରକ୍ଷଣା ବେକ୍ଷଣ ଓ ସୁରକ୍ଷା ପ୍ରଶିକ୍ଷଣ

ଅନୁଗୋଳ: ବନ କର୍ମଚାରୀଙ୍କ ସୁରକ୍ଷା ଓ କାର୍ଯ୍ୟକ୍ଷମତା ବୃଦ୍ଧି ଲକ୍ଷ୍ୟରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଛେଣ୍ଡିପଦା ଓ କଣିହା ରେଞ୍ଜ କାର୍ଯ୍ୟାଳୟରେ ଆୟୋଜିତ ଏହି ପ୍ରଶିକ୍ଷଣରେ ସମ୍ମୁଖ କ୍ଷେତ୍ରରେ କାର୍ଯ୍ୟରତ ବନ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅସ୍ତ୍ରଶସ୍ତ୍ରର ସୁରକ୍ଷିତ ବ୍ୟବହାର, ଉପଯୁକ୍ତ ରକ୍ଷଣା ବେକ୍ଷଣ ଏବଂ ନିର୍ଦ୍ଧାରିତ ସୁରକ୍ଷା ନିୟମାବଳୀ ପାଳନ ସମ୍ପର୍କରେ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ବନ୍ୟଜନ୍ତୁ ସୁରକ୍ଷା, ଜଙ୍ଗଲ ସୁରକ୍ଷା ଏବଂ କ୍ଷେତ୍ରସ୍ତରରେ ବିଭିନ୍ନ ଜରୁରୀ ପରିସ୍ଥିତିର ମୁକାବିଲା ସମୟରେ ବନ କର୍ମଚାରୀଙ୍କ ଦକ୍ଷତା, ଶୃଙ୍ଖଳା ଓ ସତର୍କତା ବୃଦ୍ଧି କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Share

Leave a Reply