କଲେଜ ସମ୍ମୁଖରେ ଦୁର୍ଘଟଣା: ଚାଲିଗଲା +୨ ଛାତ୍ରଙ୍କ ଜୀବନ

You are currently viewing କଲେଜ ସମ୍ମୁଖରେ ଦୁର୍ଘଟଣା: ଚାଲିଗଲା +୨ ଛାତ୍ରଙ୍କ ଜୀବନ

ଅନୁଗୋଳ: ଟ୍ରକ୍ ଧକ୍କାରେ ଜଣେ ୧୬ ବର୍ଷୀୟ +୨ ଛାତ୍ରଙ୍କ ମୃତ୍ୟୁକୁ ନେଇ ଅନୁଗୋଳ ଜିଲ୍ଲାର ଜରପଡା ଥାନା ଅଧିନ ତୁକୁଡ଼ା ଗ୍ରାମରେ ଶୋକ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି। ମୃତ ଛାତ୍ର ହେଲେ ଗ୍ରାମର ହେମନ୍ତ କୁମାର ସାହୁଙ୍କ ପୁଅ ହିତେଶ ସାହୁ।

ସୂଚନା ଅନୁଯାୟୀ, ହିତେଶ ପତିତପାବନ ମହାବିଦ୍ୟାଳୟରେ +୨ ପ୍ରଥମ ବର୍ଷ କଳା ବିଭାଗରେ ଅଧ୍ୟୟନ କରୁଥିଲେ। ଆଜି ମହାବିଦ୍ୟାଳୟ ସମ୍ମୁଖରେ ଏକ ଟ୍ରକ୍ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିଲା। ଜଣେ ଛାତ୍ରଙ୍କ ଅକାଳ ବିୟୋଗରେ ପରିବାର ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଏହି ଦୁର୍ଘଟଣା ପରେ ମୃତ ଛାତ୍ରଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଜରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି। କ୍ଷତିପୂରଣ ଦାବିକୁ ନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

Share

Leave a Reply