ଅଧ୍ୟାପିକା ପ୍ରମୋଦିନୀ ସାହୁଙ୍କ ସିଭିଲ ଇଞ୍ଜିନିୟରିଂରେ ପିଏଚ୍‌ଡି ଲାଭ

You are currently viewing ଅଧ୍ୟାପିକା ପ୍ରମୋଦିନୀ ସାହୁଙ୍କ ସିଭିଲ ଇଞ୍ଜିନିୟରିଂରେ ପିଏଚ୍‌ଡି ଲାଭ

ଅନୁଗୋଳ: ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା ହାସଲ କରିଛନ୍ତି ଅନୁଗୋଳର ଅଧ୍ୟାପିକା ଡଃ ପ୍ରମୋଦିନୀ ସାହୁ। ତାଙ୍କୁ ରାଉରକେଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପକ୍ଷରୁ ସିଭିଲ ଇଞ୍ଜିନିୟରିଂ ବିଭାଗରେ ପିଏଚ୍‌ଡି  ପ୍ରଦାନ କରାଯାଇଛି।

‘Delay Analysis and Management of Construction Projects in India using AI Techniques’ ଶୀର୍ଷକ ବିଷୟ ଉପରେ ସେ ଗବେଷଣା କରିଥିଲେ। ଏହି ଗବେଷଣାରେ ଭାରତର ନିର୍ମାଣ ପ୍ରକଳ୍ପ ଗୁଡ଼ିକରେ ବିଳମ୍ବର କାରଣ ବିଶ୍ଳେଷଣ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) କୌଶଳର ଉପଯୋଗ କରି ତାହାର ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି।

ଏହି ଗବେଷଣାରେ ଓଡ଼ିଶା ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (OUTR), ଭୁବନେଶ୍ୱରର ଅବସରପ୍ରାପ୍ତ ପ୍ରଫେସର ଡଃ ପ୍ରଭାତ କୁମାର ପାଢ଼ୀ ତାଙ୍କର ଗାଇଡ୍ ଏବଂ କିଟ୍ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଡଃ ଦିଲୀପ କୁମାର ବେରା ସହ-ଗାଇଡ୍ ଭାବେ ମାର୍ଗଦର୍ଶନ କରିଥିଲେ। ତାଙ୍କର ଗବେଷଣା ନିବନ୍ଧକୁ ଆଇଆଇଟି ମୁମ୍ବାଇର ଡଃ ଭେଙ୍କଟ ସନ୍ତୋଷ କୁମାର ଏବଂ ଏନ୍‌ଆଇଟି କର୍ଣ୍ଣାଟକର ଡଃ ବିଭୂତି ଭୂଷଣ ଦାସ ଉଚ୍ଚ ପ୍ରଶଂସା କରିଥିଲେ।

ଡଃ ପ୍ରମୋଦିନୀ ସାହୁ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ OUTRର ସିଭିଲ ଇଞ୍ଜିନିୟରିଂ ବିଭାଗରେ ସହକାରୀ ପ୍ରାଧ୍ୟାପିକା ଭାବେ କାର୍ଯ୍ୟରତ ଅଛନ୍ତି। ସେ ଅନୁଗୋଳ ଉପକଣ୍ଠ ତୁରଙ୍ଗ ଗ୍ରାମର ବିଶିଷ୍ଟ ବ୍ୟବସାୟୀ ପଦ୍ମଚରଣ ସାହୁଙ୍କ ବୋହୂ ତଥା ଜ୍ୟେଷ୍ଠ ପୁତ୍ର ଦୀପକ ସାହୁଙ୍କ ଧର୍ମପତ୍ନୀ। ତାଙ୍କର ଏହି ଉଲ୍ଲେଖନୀୟ ଶିକ୍ଷାଗତ ସଫଳତା ପାଇଁ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏହି ସଫଳତା ଅନୁଗୋଳ ଜିଲ୍ଲା ପାଇଁ ମଧ୍ୟ ଗୌରବର ବିଷୟ ପାଲଟିଛି।

Share

Leave a Reply