ଅନୁଗୋଳ: ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଗୁରୁବାର ଅନୁଗୋଳ ଗସ୍ତରେ ଆସି ପୌରପାଳିକା କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟଧାରା ଓ ପ୍ରଶାସନିକ ବ୍ୟବସ୍ଥାର ସମୀକ୍ଷା କରିଥିଲେ।
ପରିଦର୍ଶନ ସମୟରେ କାର୍ଯ୍ୟାଳୟର ଗ୍ରୀନ୍ କର୍ଣ୍ଣର, ଘରକୁ ଘର ସର୍ଭେ, ଭୋଟର ତାଲିକା ପ୍ରସ୍ତୁତି, ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ ଓ ତାହାର ସମାଧାନ ପ୍ରକ୍ରିୟା ସହ ଡିଜିଟାଇଜେସନ୍ ବ୍ୟବସ୍ଥା ବୁଲି ଦେଖିଥିଲେ। ପୌରପାଳିକା ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ସମସ୍ତ ବ୍ୟବସ୍ଥା ଓ କାର୍ଯ୍ୟପ୍ରଣାଳୀ ଦେଖି ସେ ସନ୍ତୋଷ ବ୍ୟକ୍ତ କରିଥିଲେ।
ଏହି ଗସ୍ତ ସମୟରେ ଅନୁଗୋଳ ଜିଲ୍ଲାପାଳ ଅବଦାଲ ଏମ୍. ଅଖତାର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
















