ଅନୁଗୋଳ ଜିଲ୍ଲା ଯୋଜନା କମିଟି ନିର୍ବାଚନ: ବିଜେପିର, ୪ଟି ଆସନ ଦଖଲ

You are currently viewing ଅନୁଗୋଳ ଜିଲ୍ଲା ଯୋଜନା କମିଟି ନିର୍ବାଚନ: ବିଜେପିର, ୪ଟି ଆସନ ଦଖଲ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଯୋଜନା କମିଟି (ଡିପିସି) ସଦସ୍ୟ ନିର୍ବାଚନରେ ବିଜେପି ଚମକପ୍ରଦ ସଫଳତା ହାସଲ କରିଛି। ମୋଟ ୧୪ଟି ଆସନ ମଧ୍ୟରୁ ବିଜେଡି ୧୦ଟି ସ୍ଥାନରେ ଜିତିଥିବା ବେଳେ, ବିଜେପି ନିଜର ପ୍ରାର୍ଥୀ ଦେଇଥିବା ସମସ୍ତ ୪ଟି ଆସନରେ ବିଜୟୀ ହୋଇଛି।

୨୮ ସଦସ୍ୟ ବିଶିଷ୍ଟ ଜିଲ୍ଲା ପରିଷଦରେ ବିଜେଡିର ୨୭ ଏବଂ ବିଜେପିର ମାତ୍ର ଜଣେ ସଦସ୍ୟ ଥିଲେ। ସଂଖ୍ୟାଗତ ଦୃଷ୍ଟିରୁ ବିଜେଡି ଅଧିକ ଶକ୍ତିଶାଳୀ ଥିଲେ ମଧ୍ୟ, ବିଜେପି ସମର୍ଥିତ ପ୍ରାର୍ଥୀମାନେ ଜିତିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପିର ଏହି ବିଜୟ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଥିବା ବେଳେ ଏହାକୁ ବିଜେଡି ପାଇଁ ଏକ ବଡ଼ ଝଟକା ଭାବେ ଦେଖାଯାଉଛି।
ମୀରା ଗଡ଼ନାୟକ, ଗୋପାଳ ଚନ୍ଦ୍ର ନାୟକ, ଯଶୋବନ୍ତ ପ୍ରସାଦ ବେହେରା ଏବଂ ରଶ୍ମିତା ବେହେରା ବିଜୟୀ ହୋଇଛନ୍ତି। ନବନିର୍ବାଚିତ ସଦସ୍ୟମାନେ କେନ୍ଦ୍ର ତଥା ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି। ୨୦୩୬ ବିକଶିତ ଓଡ଼ିଶା ଲକ୍ଷ୍ୟ ନେଇ ଏହି କମିଟି ଗଠିତ ହୋଇଛି।

Share

Leave a Reply