ଅନୁଗୋଳ: ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ବିଜୁ ଜନତା ଦଳ ବଡ଼ ବିଜୟ ହାସଲ କରିଛି। ମୋଟ ୧୪ ଟି ଆସନ ମଧ୍ୟରୁ ବିଜେଡି ୧୦ ଟି ଆସନରେ ବିପୁଳ ବିଜୟ ହାସଲ କରିଛି। ବିଜୟୀ ପ୍ରାର୍ଥୀମାନେ ହେଲେ ବବିତା ପ୍ରଧାନ, ରଶ୍ମିତା ସେଠୀ, ପ୍ରଦୀପ କୁମାର ସାହୁ, ରୀତା ରାଣୀ ଦାସ, ରଞ୍ଜନ କୁମାର ସାହୁ, ସତ୍ୟଭାମା ସାହୁ, ନଗେନ୍ଦ୍ର କୁମାର ପ୍ରଧାନ, ସୁଶୀଳା ନାୟକ, ଅନୁପମା ସାହୁ, ସାବିତ୍ରୀ ମାଝୀ। ଏହି ବିଜୟୀ ପ୍ରାର୍ଥୀମାନଙ୍କୁ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।
ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥିବା ସମସ୍ତ ଜିଲ୍ଲା ପରିଷଦ ସଭ୍ୟ-ସଭ୍ୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ବୃହତ୍ ବିଜୟ ପାଇଁ ସେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଗଭୀର କୃତଜ୍ଞତା ଜଣାଇଥିଲେ।ଏହି ନିର୍ବାଚନରେ ମାର୍ଗଦର୍ଶନ ଓ ସହଯୋଗ କରିଥିବା ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ପୂର୍ବତନ ଉପବାଚସ୍ପତି ତଥା ଅନୁଗୁଳ ପୂର୍ବତନ ବିଧାୟକ ରଜନୀକାନ୍ତ ସିଂହ, ଛେଣ୍ଡିପଦା ପୂର୍ବତନ ବିଧାୟକ ସୁଶାନ୍ତ କୁମାର ବେହେରା, ପାଲଲହଡ଼ା ପୂର୍ବତନ ବିଧାୟକ ମୁକେଶ ପାଲ ଏବଂ ବିଜେଡିର ବରିଷ୍ଠ ନେତା ବିପ୍ଳବ ଜେନାଙ୍କୁ ମଧ୍ୟ ଜିଲ୍ଲା ବିଜେଡି ତରଫରୁ ଧନ୍ୟବାଦ ଜଣାଯାଇଛି।











