ଭାରତ ବିକାଶ ପରିଷଦ ଅନୁଗୋଳ ଶାଖାର ପ୍ରତିଷ୍ଠା ଦିବସ

You are currently viewing ଭାରତ ବିକାଶ ପରିଷଦ ଅନୁଗୋଳ ଶାଖାର ପ୍ରତିଷ୍ଠା ଦିବସ

ଅନୁଗୋଳ: ଗତ ଶୁକ୍ରବାର ଦିନ ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ଶିଶୁ ବିଦ୍ୟା ମନ୍ଦିରର ଶାରଦା ମଣ୍ଡପଠାରେ ଭାରତ ବିକାଶ ପରିଷଦ ଅନୁଗୋଳ ଶାଖାର ପଞ୍ଚମ ପ୍ରତିଷ୍ଠା ଦିବସ ଶାଖାର ସଭାପତି ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଦୁର୍ଗା ଶଙ୍କର ମିଶ୍ରଙ୍କ ପୌରୋହିତ୍ୟରେ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ପ୍ରତିଷ୍ଠା ଦିବସରେ ବିଶିଷ୍ଟ ପ୍ରକୃତିପ୍ରେମୀ ବୃକ୍ଷ ରୋପଣକାରୀ ଅମୂଲ୍ୟ ଦାସ , ସେନାବାହିନୀର ବିଶିଷ୍ଟ ପୂର୍ବତନ ସୈନିକ ଭୀମସେନ ସାହୁ ତଥା ଓଡିଶା ଚଳଚ୍ଚିତ୍ର ଜଗତର ବିଶିଷ୍ଟ କଳାକାର ଅଶୋକ କୁମାର ଦାସଙ୍କୁ ମାନପତ୍ର, ସ୍ମାରକ ତଥା ଉପଢୌକନ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥି ରୂପେ ଓଡିଆ ବିଶ୍ୱବିଦ୍ୟାଳୟ, ସତ୍ୟବାଦୀ, ପୁରୀର କୁଳପତି ପ୍ରଫେସର ଡକ୍ଟର ସତ୍ୟ ନାରାୟଣ ଆଚାର୍ଯ୍ୟ, ସମ୍ମାନିତ ଅତିଥି ରୂପେ ଭାରତ ବିକାଶ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତର ସଭାପତି ସତ୍ୟବାଦୀ ଦାଶ ତଥା ପରିଷଦର ପ୍ରାନ୍ତୀୟ ପର୍ଯ୍ୟାବରଣ ପ୍ରମୁଖ ବିଜୟ କୁମାର ମୋଦୀ ଯୋଗଦାନ କରି ପରିଷଦର ବିଭିନ୍ନ ଲୋକକଲ୍ଯାଣ କାର୍ଯ୍ୟକଳାପ ତଥା ସଂଗଠନର ସଶକ୍ତିକରଣ ସମ୍ପର୍କରେ ଆଲୋଚନା କରିଥିଲେ। ଶାଖାର ସମ୍ପାଦକ ପ୍ରମୋଦ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିବା ସହିତ ମଞ୍ଚ ସଂଯୋଜନା କରିଥିଲେ। ସଭାରେ ଶାଖାର ସଦସ୍ୟ ସଦସ୍ୟାମାନଙ୍କ ସମେତ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ତୃପ୍ତିମୟୀ ମହାପାତ୍ର ଦେଶାତ୍ମବୋଧକ ସ୍ଵାଗତ ସଙ୍ଗୀତ ଗାୟନ କରିଥିଲାବେଳେ ମଞ୍ଚରେ ଆଦୃତ ଅନୁଷ୍ଠାନର ଅନ୍ତେବାସୀ କଳାକାରମାନଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା। ପରିଷଦର ସଦସ୍ୟ ବିଶିଷ୍ଟ ଆଇନଜୀବୀ ପରମାନନ୍ଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply