ପ୍ରବନ୍ଧ ଓ କୁଇଜ୍‌ରେ ୨୦ ଜଣ କୃତୀ ପ୍ରତିଯୋଗୀ ପୁରସ୍କୃତ

You are currently viewing ପ୍ରବନ୍ଧ ଓ କୁଇଜ୍‌ରେ ୨୦ ଜଣ କୃତୀ ପ୍ରତିଯୋଗୀ ପୁରସ୍କୃତ

ଅନୁଗୋଳ: ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ବାଚନୀ ସାକ୍ଷରତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ବୃଦ୍ଧି ଲକ୍ଷ୍ୟରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରବନ୍ଧ ଲିଖନ ଓ କୁଇଜ୍‌ ପ୍ରତିଯୋଗିତା-୨୦୨୬ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଛି।

ଜିଲ୍ଲାର ୪୬ଟି ଶିକ୍ଷାନୁଷ୍ଠାନରେ ତିନିଟି ପର୍ଯ୍ୟାୟରେ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରବନ୍ଧରେ ୮୯୪ ଓ କୁଇଜ୍‌ରେ ୧୦୫୪ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଉଭୟ ବିଭାଗର ଶ୍ରେଷ୍ଠ ୧୦ ଜଣ ଲେଖାଏଁ ମୋଟ ୨୦ ଜଣଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପୁରସ୍କୃତ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ ନିର୍ବାଚନୀ ସାକ୍ଷରତାକୁ ସୁସ୍ଥ ଗଣତନ୍ତ୍ରର ମୂଳ ଆଧାର ବୋଲି କହିବା ସହ ଛାତ୍ରଛାତ୍ରୀମାନେ ନିଜେ ସଚେତନ ହେବା ଏବଂ ସମାଜରେ ମତଦାନ ସଚେତନତା ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ।

Share

Leave a Reply