ଅନୁଗୋଳ: ଦେଶର ସମ୍ବିଧାନ ସୁରକ୍ଷା ଦାବିରେ ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିଶାଳ ବାଇକ୍ ରାଲି ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅନୁଗୋଳ ଷ୍ଟାଡିୟମଠାରୁ ବାହାରିଥିବା ରାଲି ସହର ପରିକ୍ରମା କରି ଜିଲ୍ଲା କଂଗ୍ରେସ ଭବନରେ ପହଞ୍ଚିଥିଲା।
ଏସ୍ଆଇଆର୍ ରଦ୍ଦ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫ, ବାଲାଟ୍ ପେପର୍ରେ ନିର୍ବାଚନ ଏବଂ ଏମ୍ଏମ୍ଡିଆର୍ ସଂଶୋଧନ ଅଧିନିୟମ ରଦ୍ଦ ଦାବିରେ କର୍ମୀମାନେ ସ୍ଲୋଗାନ ଦେଇଥିଲେ।
ଏହି ରାଲିରେ ପ୍ରଦେଶ କଂଗ୍ରେସ ସମ୍ପାଦକ ତଥା ସହପ୍ରଭାରୀ ଅତିହ୍ୟ ଦିବ୍ୟସିଂହ, ତପନ ପ୍ରଧାନ, ସୁଦୀପ ମିଶ୍ର, ଅମୂଲ୍ୟ ବେହେରା, ରାକେଶ ମିଶ୍ର, ଅଜୟ କୁମାର ବେହେରା, ସରୋଜ ସାହୁ, ମାନସ ରଞ୍ଜନ ପ୍ରଧାନ, ରଶ୍ମିରଞ୍ଜନ ସାହୁ, ସୁବାସ ଚନ୍ଦ୍ର ସାହୁ, ଅଳକା ରାଣୀ ମହାପାତ୍ର, ସଂଗ୍ରାମ ବେହେରା, ଅବିନାଶ ଦଳବେହେରା, ଅରୁଣ ଦାସ, ମାନିନୀ ପ୍ରଧାନ, ପଦ୍ମିନୀ ଗଡ଼ନାୟକ ଓ ଲିଲି ବେହେରାଙ୍କ ସମେତ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥିଲେ।
















