ଅନୁଗୋଳ: ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଅବସରରେ ଅନୁଗୋଳ ଜିଲ୍ଲା କୁକୁଡ଼ାଙ୍ଗ ଗ୍ରାମରେ ମହାସମାରୋହରେ କାର୍ତ୍ତିକେଶ୍ୱର ପୂଜା ଓ ୧୭ଶ ଗ୍ରାମ ପରିକ୍ରମା ଉତ୍ସବ ପାଳିତ ହୋଇଛି। କୁନି କୁନି ପିଲାଙ୍କୁ ରାଧାକୃଷ୍ଣ ବେଶରେ ସଜ୍ଜିତ କରି ରାଧାକୃଷ୍ଣ ମନ୍ଦିରରୁ ଗ୍ରାମ ପରିକ୍ରମା ଆରମ୍ଭ ହୋଇଥିଲା।
ବାବୁଲା ସାହୁଙ୍କ ତତ୍ତ୍ୱାବଧାନରେ ଦୁଃଖବନ୍ଧୁ ସାହୁ ଓ କୃଷ୍ଣଚନ୍ଦ୍ର ଶତପଥୀଙ୍କ ଭକ୍ତି ସଙ୍ଗୀତରେ ପରିବେଶ ଭକ୍ତିମୟ ହୋଇଉଠିଥିଲା। ଚାଚା ନେହେରୁ ଯୁବକ ସଂଘର ସଦସ୍ୟ, ମହିଳା ଓ ଯୁବକଙ୍କ ସମେତ ବହୁ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ।
ବିଭିନ୍ନ ସାହିରେ ଭକ୍ତମାନଙ୍କ ପାଇଁ ସେବା ଓ ଆତିଥ୍ୟର ବ୍ୟବସ୍ଥା ହୋଇଥିଲା। ବିଶେଷକରି ତେନ୍ତୁଳିପଶି ଓ କୁଇପଶି ସାହିର ଯୁବକମାନଙ୍କ ସହଯୋଗକୁ ବାବୁଲା ସାହୁ ପ୍ରଶଂସା କରିଥିଲେ। ବରପଡ଼ିଆ ସାହିରେ ମଧ୍ୟ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି ଉତ୍ସବ ଗ୍ରାମବାସୀଙ୍କ ମଧ୍ୟରେ ଏକତା, ଭାଇଚାରା ଓ ଧାର୍ମିକ ଭାବନାକୁ ସୁଦୃଢ଼ କରିଥିଲା।
















