‘କଳାକାର’ ବୋଇତ ବନ୍ଦାଣ ଉତ୍ସବ: କଳାକାର ସମ୍ମାନରେ ସମ୍ମାନିତ ହେଲେ ଦୁଃଖିଶ୍ୟାମ ତ୍ରିପାଠୀ ଓ ସରୋଜକାନ୍ତ ସାହୁ

You are currently viewing ‘କଳାକାର’ ବୋଇତ ବନ୍ଦାଣ ଉତ୍ସବ: କଳାକାର ସମ୍ମାନରେ ସମ୍ମାନିତ ହେଲେ ଦୁଃଖିଶ୍ୟାମ ତ୍ରିପାଠୀ ଓ ସରୋଜକାନ୍ତ ସାହୁ

ଅନୁଗୋଳ: ସ୍ଥାନୀୟ ସଭାଘରଠାରେ ସାଂସ୍କୃତିକ ଅନୁଷ୍ଠାନ ‘କଳାକାର’ ପକ୍ଷରୁ ଆୟୋଜିତ ୪ ଦିନିଆ ବୋଇତ ବନ୍ଦାଣ ଉତ୍ସବ ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ସମାରୋହରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଏବଂ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ଐତିହ୍ୟ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଦୁଃଖିଶ୍ୟାମ ତ୍ରିପାଠୀ ଓ ସରୋଜକାନ୍ତ ସାହୁଙ୍କୁ ‘କଳାକାର ସମ୍ମାନ’ ଏବଂ ନାଟ୍ୟକାର ନବଦୀପ ମହାଳିକଙ୍କୁ ‘ଶରତ ମାଝୀ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ସମର୍ପଣ ଏକାଡେମୀ ଓ ନ୍ୟୁ କ୍ରିଏସନ ଏକାଡେମୀର ଛାତ୍ରଛାତ୍ରୀଙ୍କ ଦ୍ୱାରା ବୋଇତ ବନ୍ଦାଣ ନୃତ୍ୟନାଟିକା ମଞ୍ଚସ୍ଥ ହୋଇଥିଲା। ସମାରୋହରେ ଅନୁଷ୍ଠାନର ସ୍ମରଣିକା ସହ ଦୀପକ ସାହୁଙ୍କ କବିତା ପୁସ୍ତକ ‘ପ୍ରେମ ହିଁ ଜୀବନ’ ଉନ୍ମୋଚିତ ହୋଇଥିଲା। ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସଭାପତି ବୀରେନ୍ଦ୍ର କୁମାର ପ୍ରଧାନ, ସମ୍ପାଦକ ବିଦେଶୀ ନାଏକ ଓ ବରିଷ୍ଠ ଉପଦେଷ୍ଟା ଭୂପେଶ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବୈରାଗୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ।

Share

Leave a Reply