ଅନୁଗୁଳ: ମମିତା ମେହେର ହତ୍ୟାକାଣ୍ଡ ନେଇ ବିଜେପି ଅନୁଗୁଳ ଶାଖା ତରଫରୁ ସୋମବାର ବ୍ଲକ୍ ଅଫିସ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ କରାଯାଇଥିବା ଏହି ବିକ୍ଷୋଭରେ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଜିଲ୍ଲା ଉପସଭାପତି ଚୌଧୁରୀ ପ୍ରଧାନ ଘଟଣାରେ ସମ୍ପୃକ୍ତ ମନ୍ତ୍ରୀଙ୍କୁ ସରକାର ଘଣ୍ଟ ଘେଡ଼ାଇବା, ଓଡିଶା ମହିଳାଙ୍କୁ ସମ୍ମାନ ଦେବା ନେଇ ବାହାସ୍ଫୋଟ ମାରୁଥିବା ସରକାର କଳାହାଣ୍ଡିରେ ଘଟିଥିବା ମମିତା ମେହେର ହତ୍ୟାକାଣ୍ଡରେ ସାମିଲ ଥିବା ଗୃହରାଷ୍ଟ୍ର ଓ ଆଇନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ କରିବା ସଙ୍ଗେ ସଙ୍ଗେ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବୀ କରିଥିଲେ। ଯେ ପର୍ଯ୍ୟନ୍ତ ସ୍ଵର୍ଗତ ମମିତା ମେହେରଙ୍କ ହତ୍ୟାକଣ୍ଡରେ ସମ୍ପୃକ୍ତ ଦୋଷୀଙ୍କୁ ଦଣ୍ଡ ନ ମିଳିବ ସେ ପର୍ଯ୍ୟନ୍ତ ବିଜେପି ସରକାରଙ୍କ ବିରୁଦ୍ଧରେ ତାର ପ୍ରତିବାଦ ଜାରି ରଖିବ ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି। ବିକ୍ଷୋଭ ସ୍ଥଳରେ ଉଭୟ ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ର ଓ ଆଇନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ପ୍ରଦୀପ ରାଉତ, ଅମୂଲ୍ୟ ପ୍ରଧାନ, ଶିବରାମ ମହାଲ୍ଲିକ, ଲୋଚନ ସାହୁ, ଗୋପାଳକୃଷ୍ଣ ଦାସ, ଏସକେ ମିନାହଜଉଦ୍ଦୀନ, ଶିଶିର ମହାପାତ୍ର, ଶେଷଦେବ ସାହୁ, ସୁଶାନ୍ତ ପ୍ରଧାନ, ଯୋଶବନ୍ତି ପ୍ରଧାନ, ସୁବାସ ସାହୁ, ସଞ୍ଜୀବ କର, ପୂର୍ଣ୍ଣ ଦେହୁରୀ, ଲାଲବାହାଦୁର ଗଡନାୟକ, ବିଭୀଷଣ ସାହୁ ଓ ସମୀର ପରିଡା ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।
ମମିତା ମେହେର ହତ୍ୟାକାଣ୍ଡ ନେଇ ବିଜେପିର ଅନୁଗୁଳ ବ୍ଲକ ଘେରାଉ
- Post published:November 8, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
