ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ, ସଚେତନତା ରାଲି ଓ ବୈଠକ

You are currently viewing ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ, ସଚେତନତା ରାଲି ଓ ବୈଠକ

ଅନୁଗୋଳ: ବାଲ୍ୟବିବାହ ଭଳି ସାମାଜିକ କୁପ୍ରଥାର ଉଚ୍ଛେଦ ଲକ୍ଷ୍ୟରେ ଅନୁଗୋଳରେ ଜିଲ୍ଲାସ୍ତରୀୟ ‘ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ସଚେତନତା ରାଲି ବାହାରି ବଜାର ପରିକ୍ରମା କରି ଟାଉନ ହଲ୍‌ରେ ପହଞ୍ଚିଥିଲା। ଅତିରିକ୍ତ ଜିଲ୍ଲାପାଳ ମାୟାଧର ବେହେରା ରାଲିର ଶୁଭାରମ୍ଭ କରିଥିଲେ।

ଟାଉନ ହଲ୍‌ରେ ଆୟୋଜିତ ବୈଠକରେ ବାଲ୍ୟବିବାହର କୁପରିଣାମ, ଆଇନଗତ ବ୍ୟବସ୍ଥା, ଶିଶୁଙ୍କ ଅଧିକାର ଏବଂ କିଶୋରୀଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପର୍କରେ ସଚେତନ କରାଯିବା ସହ ଶପଥ ପାଠ କରାଯାଇଥିଲା। ଏଥିସହ ବାଲ୍ୟବିବାହ ରୋକିବା ପାଇଁ stopchildmarriage.wcd.gov.in ୱେବସାଇଟ୍ ସମ୍ପର୍କରେ ସୂଚନା ଦିଆଯାଇଥିଲା।

ବୈଠକରେ ଉପ ଆରକ୍ଷୀ ଅଧୀକ୍ଷକ ଲଳିତା ଲାକ୍ରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ସାମାଜିକ କଲ୍ୟାଣ ଅଧିକାରୀ ସୁଜାତା ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇଥିଲେ।

Share

Leave a Reply