ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ନିଖୋଜ

You are currently viewing ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ନିଖୋଜ

ଅନୁଗୋଳ: ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ସୁଲେଇପାଳ ଗ୍ରାମ ବ୍ରାହ୍ମଣୀ ନଦୀରେ ବୁଡ଼ି ଅନିଲ ରଙ୍ଗଚୁଳିଆ ନାମକ ଜଣେ ଯୁବକ ନିଖୋଜ ହୋଇଛନ୍ତି। ଗାଧୋଇବାକୁ ଯାଇ ସେ ଆଉ ଘରକୁ ଫେରିନଥିଲେ। ନଦୀକୂଳରେ ତାଙ୍କ ପୋଷାକ ମିଳିବା ପରେ ପରିବାର ଲୋକେ ନଦୀରେ ବୁଡ଼ିଯାଇଥିବା ସନ୍ଦେହ କରିଛନ୍ତି।

ଖବର ପାଇ ରେଙ୍ଗାଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ରାତି ହୋଇଯିବାରୁ ଅନ୍ଧାର ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଆସନ୍ତାକାଲି ସକାଳେ ଦମକଳ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ କରାଯିବ। ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।

Share

Leave a Reply