ଅନୁଗୋଳ: ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କରେ ବାଧକ ସାଜିଥାନ୍ତି କିଛି ଅମଣିଷ ଯେଉଁ ମାନଙ୍କ ପାଇଁ ସମଗ୍ର ଶିକ୍ଷକ ସମାଜ ନିନ୍ଦିତ ହୋଇଥାଏ। ଅନୁଗୋଳରେ ଆଜି ଘଟିଥିବା ଏଭଳି ଏକ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ସହର ଉପକଣ୍ଠରେ ଥିବା ଗୋଟିଏ ଇଂରାଜୀ ମିଡିୟମ ସ୍କୁଲର ନାଚ ମାଷ୍ଟ୍ରାଣୀ ନାଚ ଶିଖାଇବା ବେଳେ ସାମାନ୍ୟ ତ୍ରୁଟି ଦେଖାଇ ଜଣେ ଛାତ୍ରୀଙ୍କୁ ଆଖିବୁଜା ବାଡ଼ିରେ ବାଡେଇବା ଦ୍ୱାରା ସେ ଆହତ ହୋଇଥିଲେ।
ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସ ପାଇଁ ନିଆଯାଇଥିଲା। ମାଷ୍ଟ୍ରାଣୀଙ୍କ କଲେଜ ଛକରେ ଗୋଟିଏ ଡାନ୍ସ ସ୍କୁଲ ଅଛି ଯେଉଁଠିକି ନାବାଳିକା ଜଣକ ଶିଖିବାକୁ ଯାଆନ୍ତି ନାହିଁ ଯାହା କି ମାଷ୍ଟ୍ରାଣୀଙ୍କ ରାଗର ମୁଖ୍ୟ କାରଣ ବୋଲି କୁହାଯାଉଛି। ଘଟଣା ପରେ ଏହାକୁ ଚାପି ଦେବା ପାଇଁ ସ୍କୁଲ କର୍ତୃପକ୍ଷ ନାବାଳିକାର ଘରେ ପହଞ୍ଚି ବହୁ କସରତ କରି ଏକ ପ୍ରକାର ସଫଳ ହୋଇଛନ୍ତି ବୋଲି କୁହାଯାଉଛି। ତେଣୁ ଏଥିନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।















