ବିଲରେ କାମ କରୁଥିବା ବେଳେ ମହିଳା ଚାଷୀଙ୍କ ପରଲୋକ, ଅଂଶୁଘାତରେ ମୃତ୍ୟୁ ସନ୍ଦେହ

You are currently viewing ବିଲରେ କାମ କରୁଥିବା ବେଳେ ମହିଳା ଚାଷୀଙ୍କ ପରଲୋକ, ଅଂଶୁଘାତରେ ମୃତ୍ୟୁ ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୁମ୍ଭାରସାହିରେ ଶନିବାର ସକାଳେ ବିଲରେ କାମ କରୁଥିବା ବେଳେ ଜଣେ ମହିଳା ଚାଷୀଙ୍କ ମୃତ୍ୟୁ ହୋଇଛି। ପ୍ରବଳ ଖରା ଯୋଗୁ ଅଂଶୁଘାତରେ ମହିଳାଙ୍କ ଜୀବନ ଯାଇଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ଛେଣ୍ଡିପଦା ଥାନା କୁମ୍ଭାରସାହିର କାଳନ୍ଦୀ ବେହେରାଙ୍କ ପତ୍ନୀ ଅଇଁଠା ବେହେରା।

ସୂଚନା ମୁତାବକ, ଅଇଁଠା ବେହେରା ଘର ପାଖ ବଗିଚାରେ ପାଣି ଦେଉଥିବା ବେଳେ ହଠାତ ଅଚେତ ହୋଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଛେଣ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଂଶୁଘାତରେ ଅଇଁଠାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ସନ୍ଦେହ କରିବା ସହ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଛେଣ୍ଡିପଦା ଥାନା ପୁଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Share

Leave a Reply