୨୨ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ

You are currently viewing ୨୨ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ଅବକାରୀ ବିଭାଗ ପକ୍ଷରୁ ରେମୁଁଆ ନୂଆସାହି ଅଞ୍ଚଳରେ ଚଢ଼ାଉ କରାଯାଇ ୨୨ ଗ୍ରାମ ଧଳାଜହର ଜବତ କରାଯାଇଛି। ଏହି ଘଟଣାରେ ବ୍ରଜମୋହନ ପଟ୍ଟନାୟକ (୩୨) ନାମକ ଜଣେ ଯୁବକଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ଏକ ସ୍କୁଟର ମଧ୍ୟ ଜବତ କରାଯାଇଛି।
ଅବକାରୀ ବିଭାଗର ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକ ମଧୁସ୍ମିତା ବେହେରା ଓ ଅବକାରୀ ନିରୀକ୍ଷକ ଧୀରେନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ତାଳଚେର ଥାନା ଅନ୍ତର୍ଗତ ରେମୁଁଆ ନୂଆସାହିରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ବ୍ରଜମୋହନଙ୍କ ନିକଟରୁ ୨୨ ଗ୍ରାମ ଧଳାଜହର ସହ ଓଡ଼ି-୩୫-ଏଫ୍‌-୬୩୫୩ ନମ୍ବର ବିଶିଷ୍ଟ ଏକ ଜୁପିଟର ସ୍କୁଟର ଜବତ କରାଯାଇଥିଲା। ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏହି ଟିମ୍‌ରେ ଇନ୍ସପେକ୍ଟର ହାତିଆ ବେହେରା, ଏସ୍‌ଆଇ ରଞ୍ଜିତ ପାତ୍ର, ସରୋଜ ସାହୁ, ପପୁନ ପ୍ରଧାନ ଓ ଗୌରୀ ଓରାମ ସାମିଲ ଥିଲେ।

Share

Leave a Reply