ଅନୁଗୋଳ: ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ଏକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରଠାରୁ ବାହାରି ବି.ଏଡ୍ କଲେଜ ଛକ, ଜିଲ୍ଲାପାଳଙ୍କ ବାସଭବନ, ନୂଆ ବସଷ୍ଟାଣ୍ଡ, ଫରେଷ୍ଟ ଟ୍ରେନିଂ କଲେଜ, ପିଟିସି ଛକ ଓ ଥାନା ଛକ ଦେଇ ପୁଣି ମନ୍ଦିର ପରିସରରେ ଏହି ଦୌଡ଼ ଶେଷ ହୋଇଥିଲା। ଏଥିରେ ୩୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ଆସନ୍ତା ଡିସେମ୍ବର ୧୩ରେ ହେବାକୁ ଥିବା ରାଜ୍ୟସ୍ତରୀୟ ପୁରୀ କୋଷ୍ଟାଲ ମାରାଥନରେ ଯୋଗଦେବାକୁ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶୁଭେନ୍ଦୁ କୁମାର ଜେନା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ, ଅତିରିକ୍ତ ତହସିଲଦାର ଶ୍ରୀପାଳି ଭରଦ୍ୱାଜ, ଜିଲ୍ଲା ଯୁବ ଅଧିକାରୀ ପୂଜା ଯାଦବଙ୍କ ସମେତ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ବରିଷ୍ଠ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।












