ବ୍ରାହ୍ମଣୀ ନଦୀରେ ଯୁବକ ନିଖୋଜ: ମାଛ ଧରିବାକୁ ଡଙ୍ଗାରେ ଯାଇ ଆଉ ଫେରିଲେନି

You are currently viewing ବ୍ରାହ୍ମଣୀ ନଦୀରେ ଯୁବକ ନିଖୋଜ: ମାଛ ଧରିବାକୁ ଡଙ୍ଗାରେ ଯାଇ ଆଉ ଫେରିଲେନି

ଅନୁଗୋଳ: ମାଛ ଧରିବାକୁ ଯାଇ ବ୍ରାହ୍ମଣୀ ନଦୀରେ ନିଖୋଜ ହୋଇଯାଇଛନ୍ତି ଜଣେ ବ୍ୟକ୍ତି। ନିଖୋଜ ବ୍ୟକ୍ତି ହେଲେ ଅନୁଗୋଳ କଣିହାଁ ବ୍ଲକ ଏକଘରିଆ ଗ୍ରାମର ରଞ୍ଜନ ବେହେରା। ଡଙ୍ଗାରେ ନଦୀକୁ ଯାଇଥିବା ରଞ୍ଜନ ଆଉ ଘରକୁ ଫେରିନଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଛି।
ସୂଚନା ଅନୁଯାୟୀ, ରଞ୍ଜନ ଗତକାଲି ରାତିରେ ମାଛ ଧରିବା ଉଦ୍ଦେଶ୍ୟରେ ଏକ ଡଙ୍ଗାରେ ନଦୀକୁ ଯାଇଥିଲେ। ଦୀର୍ଘ ସମୟ ବିତିଯିବା ପରେ ମଧ୍ୟ ସେ ଘରକୁ ଫେରିନଥିଲେ। ଫଳରେ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହ ଘଟଣା ସମ୍ପର୍କରେ ଅଗ୍ନିଶମ ବାହିନୀକୁ ଜଣାଇଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ନଦୀରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି। ତେବେ ଖବର ଲେଖା ହେବା ସୁଦ୍ଧା ରଞ୍ଜନଙ୍କ କୌଣସି ସନ୍ଧାନ ମିଳିନାହିଁ। ତାଙ୍କ ନିଖୋଜ ଘଟଣାକୁ ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଆଶଙ୍କା ଲାଗି ରହିଛି।

Share

Leave a Reply