ଅନୁଗୋଳ: ହିନ୍ଦ ମଜଦୁର ସଭା (ଏଚ୍ଏମ୍ଏସ୍) ଓଡ଼ିଶା ପକ୍ଷରୁ ଆୟୋଜିତ ୧୫ତମ ଦୁଇଦିନିଆ ରାଜ୍ୟ ସମ୍ମିଳନୀ ରବିବାର ସାଉଥବଲଣ୍ଡାସ୍ଥିତ ଜଗନ୍ନାଥ କଲ୍ୟାଣ ମଣ୍ଡପରେ ଉଦ୍ଯାପିତ ହୋଇଛି। ଏହି ଅବସରରେ ଶ୍ରମିକଙ୍କ ପକ୍ଷରୁ ଏକ ଶୋଭାଯାତ୍ରା ବାହାରିବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ଏଚ୍ଏମ୍ଏସ୍ ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଭାରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ, ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଶାନ, ପ୍ରୀତିରଞ୍ଜନ ଘଡ଼େଇ, ପ୍ରଫୁଲ୍ଲ ମଲ୍ଲିକ, ଶ୍ରୀକାନ୍ତ ସାହୁ, ପୂର୍ବତନ ସାଂସଦ ରବି ପାଣିଙ୍କ ସମେତ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି ଯୋଗଦେଇଥିଲେ।
ବକ୍ତାମାନେ ଶ୍ରମିକ ଓ କର୍ମଜୀବୀଙ୍କ ସ୍ୱାର୍ଥବିରୋଧୀ ଆଇନ ପ୍ରତ୍ୟାହାର, ସଂଗଠିତ ଓ ଅସଂଗଠିତ ଶ୍ରମିକଙ୍କ ସମସ୍ୟା ସମାଧାନ ଦାବି ଉଠାଇଥିଲେ। ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ସମ୍ମିଳନୀରେ ସ୍ମରଣିକା ଉନ୍ମୋଚନ ହୋଇଥିବା ବେଳେ ରାଜ୍ୟ ସମ୍ପାଦକ ପ୍ରଭାତ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ।












