ଲୋକକଳା ପ୍ରତିଭାଙ୍କୁ ‘କୁଣ୍ଡାଝରି’ର ସମ୍ମାନ, ପ୍ରତିଭାବାନ କଳାକାର ସମ୍ମାନିତ

You are currently viewing ଲୋକକଳା ପ୍ରତିଭାଙ୍କୁ ‘କୁଣ୍ଡାଝରି’ର ସମ୍ମାନ, ପ୍ରତିଭାବାନ କଳାକାର ସମ୍ମାନିତ

ଅନୁଗୋଳ: ମାସିକ ସାହିତ୍ୟ ଇ-ପତ୍ରିକା ‘କୁଣ୍ଡାଝରି’ ଓ ‘ନାରୀକବି ବିଜୟଲକ୍ଷ୍ମୀ-ଡାକ୍ତର ଧନେଶ୍ୱର ମାଝୀ ଫାଉଣ୍ଡେସନ୍’ର ମିଳିତ ଆୟୋଜନରେ ଗଡ଼ମଣ୍ଡଳ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଲୋକକଳା ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଲୋକକଳାର ପ୍ରଚାର ଓ ସୁରକ୍ଷା ପାଇଁ ଅବଦାନ ରଖିଥିବା କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା।

ସମାରୋହରେ ସମାଜସେବୀ ତଥା ସାହିତ୍ୟିକ ସୁରେନ୍ଦ୍ର ଚନ୍ଦନ ସଭାମୁଖ୍ୟ ଭାବେ ଯୋଗଦେଇଥିବା ବେଳେ ମାଧ୍ୟମିକ ଶିକ୍ଷା ବୋର୍ଡର ପ୍ରାକ୍ତନ ନିର୍ଦ୍ଦେଶକ ଡାକ୍ତର ଧରଣୀଧର ନାଥ ମୁଖ୍ୟ ଅତିଥି ଓ ଡାଏଟ୍‌ ଅଧ୍ୟକ୍ଷ ବିକ୍ରମ କୁମାର ସାହୁ ମୁଖ୍ୟ ବକ୍ତା ଥିଲେ। ଡାକ୍ତର ଧନେଶ୍ୱର ମାଝୀ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ଲୋକନାଥ ସାହୁ ଓ ଉତ୍କଳ ସମ୍ମିଳନୀ ଜିଲ୍ଲା ସଭାପତି ପ୍ରଫେସର ବିଶ୍ୱରଞ୍ଜନ ପ୍ରଧାନ ସମ୍ମାନିତ ଅତିଥି ଥିଲେ। ଶିକ୍ଷକ ତଥା ସାହିତ୍ୟିକ ବିଭୂତି ଭୂଷଣ ବେହେରା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Share

Leave a Reply