ଏଲ୍‌-ନିନୋ ପ୍ରଭାବ! ଅନୁଗୋଳରେ କମୁନି ତାତି, ଜନଜୀବନ ଅସ୍ତବ୍ୟସ୍ତ

You are currently viewing ଏଲ୍‌-ନିନୋ ପ୍ରଭାବ! ଅନୁଗୋଳରେ କମୁନି ତାତି, ଜନଜୀବନ ଅସ୍ତବ୍ୟସ୍ତ

ଅନୁଗୋଳ: ଆଶ୍ୱିନ ମାସରେ ମଧ୍ୟ ଅନୁଗୋଳରୁ ଗରମ କମିବାର ନାଁ ନେଉନାହିଁ। ଦିନର ତାପମାତ୍ରା ୩୭ରୁ ୩୮ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହୁଥିବାରୁ ଲୋକେ ଅସହ୍ୟ ଗରମର ସମ୍ମୁଖୀନ ହେଉଛନ୍ତି। ଏଥିସହ ଅଧିକ ଆର୍ଦ୍ରତା ଯୋଗୁଁ ଗରମର ପ୍ରକୋପ ଆହୁରି ବଢ଼ିଯାଉଛି।

ଏଲ୍‌ ନିନୋ ପ୍ରଭାବରେ ସାମୁଦ୍ରିକ ତାପମାତ୍ରା ଓ ବାୟୁମଣ୍ଡଳୀୟ ପରିସ୍ଥିତିରେ ପରିବର୍ତ୍ତନ ଯୋଗୁଁ ପାଣିପାଗ ଅସ୍ୱାଭାବିକ ହେଉଥିବା ଆଶଙ୍କା କରାଯାଉଛି। ତେବେ ଅନୁଗୋଳରେ ଏହି ଅସ୍ୱାଭାବିକ ଗରମ ପାଇଁ ଏଲ୍‌ ନିନୋ ହିଁ ଏକମାତ୍ର କାରଣ ବୋଲି କହିବା ଉଚିତ ନୁହେଁ।

ଦିନବେଳା ପ୍ରବଳ ଗରମ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି। ଏହି ପରିସ୍ଥିତି ପରିବେଶ ସୁରକ୍ଷାର ଗୁରୁତ୍ୱକୁ ପୁଣି ଥରେ ମନେ ପକାଇ ଦେଇଛି। ବ୍ୟାପକ ବୃକ୍ଷରୋପଣ ଓ ପ୍ରକୃତିର ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ।

Share

Leave a Reply