ତାଳଚେର ପୌରପାଳିକାରେ ହଙ୍ଗାମା: ୱାର୍ଡ ସମସ୍ୟା ନେଇ ହାତାହାତି, ଥାନାରେ ବୁଝାମଣା

You are currently viewing ତାଳଚେର ପୌରପାଳିକାରେ ହଙ୍ଗାମା: ୱାର୍ଡ ସମସ୍ୟା ନେଇ ହାତାହାତି, ଥାନାରେ ବୁଝାମଣା

ଅନୁଗୋଳ: ତାଳଚେର ପୌରପାଳିକାରେ ଏକ ଅଭାବନୀୟ ଘଟଣା ଘଟିଛି। ୱାର୍ଡରେ ଲାଇଟ୍ ଲଗାଇବା ପ୍ରସଙ୍ଗକୁ ନେଇ ପୌରାଧ୍ୟକ୍ଷ ଜଣେ କାଉନସିଲରଙ୍କୁ ମାଡ ମାରିବା ସହ ତଣ୍ଟି ଚିପି ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ପୌରପାଳିକାର ୧୨ ନମ୍ବର ୱାର୍ଡ କାଉନସିଲର ସଞ୍ଜୀବ ଗଡ଼ନାୟକ ତାଙ୍କ ୱାର୍ଡରେ ଦୀର୍ଘଦିନ ଧରି ଲାଇଟ୍ ସମସ୍ୟା ରହିଥିବା ନେଇ ପୌରପାଳିକା ଅଫିସରେ ଆଲୋଚନା କରିବାକୁ ଆସିଥିଲେ। ବାରମ୍ବାର ଅଣଦେଖା କରାଯାଉଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ଏହାକୁ ନେଇ ଉତ୍ତ୍ୟକ୍ତ ହୋଇ ପୌରାଧ୍ୟକ୍ଷ ପବିତ୍ର ଭୁତିଆ ତାଙ୍କୁ ଧକ୍କା ପକାଇବା ସହ  ୱାର୍ଡରେ କିଛି କାମ ହେବ ନାହିଁ ବୋଲି କହିଥିବା ଅଭିଯୋଗ ହୋଇଛି।

ଘଟଣା ପରେ ସଞ୍ଜୀବ ତାଳଚେର ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଖବର ପାଇ ପବିତ୍ର ଭୁତିଆ ମଧ୍ୟ ଥାନାରେ ପହଞ୍ଚି ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ପରେ ଉଭୟେ କୋଳାକୋଳି ହୋଇ ଥାନାରୁ ବାହାରିଥିଲେ।
ତେବେ ସନ୍ଧ୍ୟାରେ ସଞ୍ଜୀବ ଗଣମାଧ୍ୟମ ଆଗରେ ପୁଣି ଥରେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଏଭଳି ଦାଦାଗିରି ପରେ ସେ ଆଉ ପୌରପାଳିକା ମୁହାଁ ହେବେ ନାହିଁ।

Share

Leave a Reply