ଅନୁଗୋଳରେ ବିଜେଡିକୁ ବଡ଼ ଝଟକା: ବିଜେପିରେ ସାମିଲ ହେଲେ ବଲାସିଂହାର ବହୁ ନେତା ଓ କର୍ମକର୍ତ୍ତା

You are currently viewing ଅନୁଗୋଳରେ ବିଜେଡିକୁ ବଡ଼ ଝଟକା: ବିଜେପିରେ ସାମିଲ ହେଲେ ବଲାସିଂହାର ବହୁ ନେତା ଓ କର୍ମକର୍ତ୍ତା

ଅନୁଗୋଳ: ଅନୁଗୋଳ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନୀତିଆଦର୍ଶରେ ଅନୁପ୍ରାଣିତ ହୋଇ ବିଧାୟକଙ୍କ ଉପସ୍ଥିତିରେ ବଲାସିଂହା ପଞ୍ଚାୟତର ବହୁ ନେତା ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।

ଏହି ମିଶ୍ରଣ ପର୍ବରେ ପୂର୍ବତନ ସମିତି ସଭ୍ୟ ପ୍ରଭାକର ସାହୁ, ଶରତ ଚନ୍ଦ୍ର ସାହୁ, ନାରୀନେତ୍ରୀ ସୁଲଚନା ସାହୁ, ରିଲି ସାହୁଙ୍କ ସମେତ ବଲାସିଂହା, ସୁରାବ ଓ ହାଣଡିହର ବହୁ କର୍ମକର୍ତ୍ତା ଦଳରେ ସାମିଲ ହୋଇଛନ୍ତି। ବିଧାୟକ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ଏହି ଯୋଗଦାନ ଦ୍ୱାରା ଅଞ୍ଚଳରେ ଦଳର ସଂଗଠନ ଆହୁରି ମଜଭୁତ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Share

Leave a Reply