ଜିଲ୍ଲା ମୁଖ୍ୟାଳୟରୁ ଆରମ୍ଭ ହେଲା ସ୍ୱାସ୍ଥ୍ୟ ସଚେତନତା ରଥ: ୮ ବ୍ଲକରେ ୮ ରଥ ବୁଲି ମାସେ ଯାଏଁ ସଚେତନ କରିବ, ସିଡିଏମଓ ପତାକା ଦେଖାଇ ଶୁଭାରମ୍ଭ କଲେ

You are currently viewing ଜିଲ୍ଲା ମୁଖ୍ୟାଳୟରୁ ଆରମ୍ଭ ହେଲା ସ୍ୱାସ୍ଥ୍ୟ ସଚେତନତା ରଥ: ୮ ବ୍ଲକରେ ୮ ରଥ ବୁଲି ମାସେ ଯାଏଁ ସଚେତନ କରିବ, ସିଡିଏମଓ ପତାକା ଦେଖାଇ ଶୁଭାରମ୍ଭ କଲେ

ଅନୁଗୋଳ: ଜଳବାହିତ, ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ, ସଞ୍ଚାଳନ ଓ ନିରାକରଣ ନିମନ୍ତେ ବନ୍ତଳା, ବଅଁରପାଳ ଓ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସଚେତନତା ରଥ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଶୁଭାରମ୍ଭ ହୋଇଛି। ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନ ମୋହନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲାର ୮ଟି ବ୍ଲକରେ ୮ଟି ସଚେତନତା ରଥ ବିଭିନ୍ନ ଗ୍ରାମରେ ବୁଲି ଆଗାମୀ ଏକ ମାସ ଯାଏଁ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଭିବିଡି) ଡା. ପୂର୍ଣ୍ଣିମା ଉଦ୍‌ଗାତା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. କୃଷ୍ଣଚନ୍ଦ୍ର ପଣ୍ଡା(ପରିବାର କଲ୍ୟାଣ), ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନିରୁଦ୍ଧ ବେହେରା(ରୋଗ ନିୟନ୍ତ୍ରଣ)ଙ୍କ ସମେତ ସ୍ୱାସ୍ଥ୍ୟ ପରିଦର୍ଶକ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଓ ଅର୍ବାନ ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସ୍ତରରେ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପୁଷ୍ପଲତା ପ୍ରଧାନ ସଂଯୋଜନା କରିଥିଲେ।

Share

Leave a Reply