ଆଦର୍ଶ ଗ୍ରୁପ୍‌ର ନବାଗତା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଉତ୍ସବ: ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଧାୟକଙ୍କ ପ୍ରସ୍ତାବ

You are currently viewing ଆଦର୍ଶ ଗ୍ରୁପ୍‌ର ନବାଗତା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଉତ୍ସବ: ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଧାୟକଙ୍କ ପ୍ରସ୍ତାବ

ଅନୁଗୋଳ: ଅନୁଗୋଳ ସ୍ଥିତ ଆସିଆନା କନଭେନସନ ହଲ୍‌ଠାରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ଆଦର୍ଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍‌’ ପକ୍ଷରୁ ନବାଗତା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଏଥିରେ ମୁଖ୍ୟ ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ମୁଖ୍ୟ ଅତିଥି ବିଧାୟକ ଶ୍ରୀ ପ୍ରଧାନ ଏକାଧିକ ବୈଷୟିକ ତଥା ବୃତ୍ତିଗତ ପାଠ୍ୟକ୍ରମ ଗୋଟିଏ ଛାତ ତଳେ ଉପଲବ୍ଧ କରାଉଥିବାରୁ ଅନୁଷ୍ଠାନକୁ ପ୍ରଶଂସା କରିବା ସହ ଅନୁଗୋଳରେ ଏକ ମେଡିକାଲ କଲେଜ ତଥା ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡଃ ମହେଶ ଚନ୍ଦ୍ର ଧଳ ଛାତ୍ରଛାତ୍ରୀମାନଙ୍କୁ ନୈତିକ ମୂଲ୍ୟବୋଧ ଏବଂ ଶୃଙ୍ଖଳା ବଳରେ ଜୀବନରେ ସଫଳତା ହାସଲ କରିବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଡଃ ପ୍ରକାଶ ଚନ୍ଦ୍ର ଧଳଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟମାନେ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ। ଇଞ୍ଜିନିୟରିଂ, ଆଇନ, ନର୍ସିଂ ଓ ଫାର୍ମାସି ଆଦି ବିଭାଗର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବାବେଳେ ବେନାଜିର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply