ଜମରଡ଼ିହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି: ଆସନ୍ତାକାଲି ରାଜପଥ ଅବରୋଧ ଚେତାବନୀ

You are currently viewing ଜମରଡ଼ିହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି: ଆସନ୍ତାକାଲି ରାଜପଥ ଅବରୋଧ ଚେତାବନୀ

ଅନୁଗୋଳ: ସ୍ଥାନୀୟ ପାଳଲହଡ଼ାସ୍ଥିତ ଜମରଡ଼ିହି ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ଦାବିରେ ଆସନ୍ତାକାଲି ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯିବ। ବିଜୁ ଜନତା ଦଳ ଏବଂ ୫ଟି ପଞ୍ଚାୟତର ମହିଳା ସଂଘ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି।

ପ୍ରଶାସନକୁ ପୂର୍ବରୁ ଲିଖିତ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନିଆଯିବାରୁ ଏଭଳି ଚରମ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କନ୍ତଳା ଛକ ନିକଟରେ NH-49 ଅବରୋଧ କରାଯିବ। ଏହି ଅର୍ଥନୈତିକ ଅବରୋଧ ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ପୂର୍ବତନ ବିଧାୟକ ମୁକେଶ ପାଳ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରିନାରାଣୀ ନାଏକଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହିବେ।

Share

Leave a Reply