‘ସକ୍ଷମ ସ୍କୁଲ ରିପୋର୍ଟ କାର୍ଡ’ ୱେବସାଇଟ୍ ଉନ୍ମୋଚିତ

You are currently viewing ‘ସକ୍ଷମ ସ୍କୁଲ ରିପୋର୍ଟ କାର୍ଡ’ ୱେବସାଇଟ୍ ଉନ୍ମୋଚିତ

ଅନୁଗୋଳ: ଛାତ୍ରଛାତ୍ରୀଙ୍କ ଶିକ୍ଷଣ ସ୍ଥିତି ବିଶ୍ଳେଷଣ ଓ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଅନୁଗୋଳରେ ‘ସକ୍ଷମ ସ୍କୁଲ ରିପୋର୍ଟ କାର୍ଡ’ ୱେବସାଇଟ୍ ଉନ୍ମୋଚିତ ହୋଇଛି। ଜିଲ୍ଲାପାଳ ମହମ୍ମଦ ଅବଦାଲ ଅଖତର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।

ଏହି ପ୍ଲାଟଫର୍ମ ମାଧ୍ୟମରେ ଜିଲ୍ଲାର ସମସ୍ତ ୧,୩୬୧ଟି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳ ପ୍ରଥମ ଥର ପାଇଁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହୋଇଛି। ଅଭିଭାବକ ଓ ଶିକ୍ଷା ବିଭାଗର ଅଧିକାରୀମାନେ ନିକଟବର୍ତ୍ତୀ ବା ଶ୍ରେଷ୍ଠ ସ୍କୁଲଗୁଡ଼ିକ ସହ ଫଳାଫଳ ତୁଳନା କରିବା ସହ ଆବଶ୍ୟକୀୟ ଶିକ୍ଷଣ ସହାୟତା ପ୍ରଦାନ କରିପାରିବେ।

‘ସେଣ୍ଟର ସ୍କୋୟାର ଫାଉଣ୍ଡେସନ’ର ବୈଷୟିକ ସହଯୋଗରେ ପ୍ରସ୍ତୁତ ଏହି ୱେବସାଇଟ୍ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ର ଭାବନା ସହ ସମନ୍ୱୟ ରଖିଛି। ଉଦଘାଟନୀ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ୨୦୦ ଜଣ ଅଂଶଗ୍ରହଣକାରୀ ଯୋଗଦେଇଥିଲେ।

Share

Leave a Reply