ଅନୁଗୋଳ: ଅନୁଗୋଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥା ଭାରତ ବିକାଶ ପରିଷଦ, ଅନୁଗୋଳ ଶାଖାର ମିଳିତ ଉଦ୍ୟମରେ ସ୍ଥାନୀୟ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରକ୍ତ ହୀନତା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଗତ ୭ ତାରିଖରେ ଅନୁଷ୍ଠିତ ହୋଇଥିଲା। ଶାଖା ସଭାପତି ତଥା ଅବସରପ୍ରାପ୍ତ ବିଚାରପତି ଦୁର୍ଗା ଶଙ୍କର ମିଶ୍ରଙ୍କ ପୌରୋହିତ୍ୟରେ ଅୟୋଜିତ ପ୍ରାରମ୍ଭିକ ସଚେତନତା ସଭାରେ ସମବେତ ଛାତ୍ରୀମାନଙ୍କୁ ରକ୍ତ ହୀନତାର ବିବିଧ କାରଣ ଓ ତା’ର ନିବାରଣ ସମ୍ପର୍କରେ ମୁଖ୍ୟ ଅତିଥି ଜିଲ୍ଲା ସ୍ଵାସ୍ଥ୍ଯ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ, ସମ୍ମାନୀତ ଅତିଥି ଅବସରପ୍ରାପ୍ତ ଅନୁଗୋଳ ମହାବିଦ୍ୟାଳୟର ପ୍ରାକ୍ତାନ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ ସର, ଭାରତ ବିକାଶ ପରିଷଦର ପ୍ରାନ୍ତୀୟ ପର୍ଯ୍ୟାବରଣ ପ୍ରମୁଖ ବିଜୟ ମୋଦୀ ମାର୍ଗ ଦର୍ଶନ କରାଇଥିଲେ।
ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ପ୍ରଶାନ୍ତ ମାଝୀ ମହୋଦୟ ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ସବୁ ପ୍ରକାର ସହଯୋଗ କରିଥିଲେ। ସମସ୍ତ ଅଧ୍ୟାପକ ଅଧ୍ୟାପିକା ସମେତ ଶତାଧିକ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅନୁଗୋଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଧୁନିକ ସରଳ ଯନ୍ତ୍ର ଦ୍ଵାରା ବିନା ଛୁଞ୍ଚି ଫୋଡାରେ ଦୁଇଟି ଦଳରେ ଛାତ୍ରୀମାନଙ୍କ ହିମୋଗ୍ଲୋବିନ୍ ପରୀକ୍ଷଣ କରାଯାଇଥିଲା ଏବଂ ଆବଶ୍ୟକ ସ୍ଥଳେ ଔଷଧ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶାଖାର ସମ୍ପାଦକ ଇଂ ପ୍ରମୋଦ କୁମାର ନାୟକ ପରିଚାଳନା କରିଥିଲେ।












